fbpx

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା

ପୁରୀ, ୧୯ା୨ (ଓଡିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରଶାସନିକ ଅଧିକାରୀ ଓ ସେବାୟତ କଙ୍ଗନାଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ୱାଗତ କରିଥିଲେ । କଙ୍ଗନା କଡ଼ା ସୁରକ୍ଷା ମଧ୍ୟରେ ପ୍ରଭୁଙ୍କ ଦର୍ଶନ କରିଥିବା ଜଣାପଡ଼ିଛି । ଚଳିତ ବର୍ଷ ବିଶ୍ୱବାସୀଙ୍କ ପାଇଁ ମଙ୍ଗମୟ ହେଉ ବୋଲି କଙ୍ଗନା ପ୍ରଭୁଙ୍କ ନିକଟରେ କାମନା କରିବା ସହ ବର୍ଷ ଆରମ୍ଭରୁ ଜଗା ଦର୍ଶନ କରି ସେ ଧନ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସେ ଚର୍ଚ୍ଚାରେ ରହିଥିଲେ । ଆଜି ସକାଳୁ କଙ୍ଗନା ଭୁବନେଶ୍ୱରରୁ ପୁରୀ ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସହ ମଙ୍ଗଳ ଆଳତୀ ଓ ବେଢ଼ା ପରିକ୍ରମା କରିଥିଲେ ।

Get real time updates directly on you device, subscribe now.