fbpx

କୃଷ୍ଣଙ୍କ ଅଦ୍ଭୁତ ଲୀଳା! ମହିଳାଙ୍କ ହାତରୁ କ୍ଷୀର ପିଇଲେ ଆଣ୍ଠୁଆ ଗୋପାଳ, ଦେଖନ୍ତୁ Video

ଯାଜପୁର: ଗତ ୨ ଦିନ ଧରି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିଥିଲେ ଦେଶବାସୀ । କେଉଁଠାରେ ୧୮ ତ’ ଆଉ କେଉଁଠାରେ ୧୯ ତାରିଖରେ ଉପବାସ ରଖିଥିଲେ ଲୋକେ । ଏହାରି ମଧ୍ୟରେ ଯାଜପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା, ଯାହାକୁ ଦେଖି ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ଜିଲ୍ଲାର ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଞ୍ଜାୟତ ବଙ୍ଗାଳୀସାହିର ହିମାଂଶୁ ଭୂଷଣ ଦାସଙ୍କ ଘରେ ଶ୍ରୀକୃଷ୍ଣଙ୍କ ଅଦ୍ଭୁତ ଲୀଳା ଦେଖିବାକୁ ମିଳିଛି । ହିମାଂଶଙ୍କ ପତ୍ନୀଙ୍କୁ ହାତରୁ ଆଣ୍ଠୁଆ ଗୋପାଳ କ୍ଷୀର ପିଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ପବିତ୍ର ନନ୍ଦ ଉତ୍ସବ ଅବସରରେ ଏହି ଅଲୌକିକ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ, ହିମାଂଶୁଙ୍କ ପତ୍ନୀ ଦୀପ୍ତିପ୍ରଭା ଦାସ ସବୁଦିନ ସେଦିନ ମଧ୍ୟ ପୂଜା ଘରେ କୃଷ୍ଣଙ୍କ ମୂର୍ତ୍ତିକୁ କ୍ଷୀର ଅର୍ପଣ କରିଥିଲେ । କିନ୍ତୁ ସେହି ସମୟରେ ପ୍ରଭୁ ତାଙ୍କ ହାତରୁ କ୍ଷୀର ପାନ କରିଥିଲେ । ଏହା ଦେଖି ଦୀପ୍ତିପ୍ରଭା ଭାବବିହୋଳ ହୋଇ ନିଜ ପରିବାରକୁ ଏବିଷୟରେ ଜଣାଇଥିଲେ । ପଡ଼ୋଶୀମାନେ ମଧ୍ୟ ଏଦୃଶ୍ୟ ଦେଖିବାକୁ ତାଙ୍କ ଘର ଆଗରେ ଭିଡ଼ ଜମାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଖନ୍ତୁ ଏହି ଭିଡିଓ…

Get real time updates directly on you device, subscribe now.