fbpx
BSKY
BJD MC SKY
BJD MS SKY

ପିଲାମାନଙ୍କୁ ବୁଦ୍ଧିମାନ ଓ ଚତୁର କରିବାକୁ ଚାହୁଁଛନ୍ତି କି? ଅବିଭାବକମାନେ ଆପଣାନ୍ତୁ ଏହି ଉପାୟ

ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତ୍ୟେକ ପିତାମାତା ଚିନ୍ତିତ ରହିଥାନ୍ତି । ସେମାନେ ପିଲାଙ୍କୁ ଛୋଟବେଳରୁ ହିଁ ବୁଦ୍ଧିମାନ ଓ ଚତୁର କରିବା ସହ ସେମାନେ କିପରି ଏ ସମୟ ଏବଂ ସମାଜ ସହ ତାଳ ଦେଇ ଚାଲିବେ ସେଥି ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି । ଏହି କାରଣରୁ ଅବିଭାବକମାନେ ଖୁବ୍ କମ ବୟସରୁ ପିଲାମାନଙ୍କ ଉପରେ ପାଠ ପଢାର ବୋଝ ଲଦି ଦିଅନ୍ତି । ଯାହାଫଳରେ ପିଲାମାନେ ଭୟାଳୁ ହେବା ସହ ଚୁପଚାପ ହୋଇଯାଆନ୍ତି । ଏଥିସହିତ ସେମାନେ ପାଠପଢା ବ୍ୟତୀତ ବିଭିନ୍ନ ପ୍ରକାର ବାହ୍ୟ କାର୍ଯ୍ୟକ୍ରମ  (Curricular Activities)ଠାରୁ ମଧ୍ୟ ଦୂରେଇ ରହିଥାନ୍ତି । ତେବେ ଆପଣମାନେ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଓ ଚତୁର କରାଇବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କୁ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ଯାହାଦ୍ୱାରା ଆପଣଙ୍କ ପିଲାମାନେ ଭବିଷ୍ୟତରେ ସ୍ମାର୍ଟ ହୋଇ  ପାରିବେ । ବର୍ତ୍ତମାନ ଅସନ୍ତୁ ଜାଣିବା କଣ ସେହି କଥା ବା ନିୟମ । ଯାହା ପ୍ରତ୍ୟେକ ଅବିଭାବକମାନଙ୍କ ପାଇଁ ନିହାତି ଜରୁରୀ ।

ପିଲାମାନଙ୍କୁ ପରିଶ୍ରମୀ,ଚତୁର ଓ ବୁଦ୍ଧିମାନ କରାଇବାର ଉପାୟ:

ପିଲାଙ୍କୁ ଖୁସି କରିବା ପରି କାର୍ଯ୍ୟ କରନ୍ତୁ: ପ୍ରତ୍ୟେକ ଅବିଭାବକମାନେ ଜାଣିଥିବେ ଯେ ପିଲାମାନଙ୍କର ଯେଉଁ କାର୍ଯ୍ୟ ପ୍ରତି ରୁଚି ଥାଏ କିମ୍ବା ଯେଉଁ କାର୍ଯ୍ୟକୁ ସେମାନେ ଭଲପାଇଥାନ୍ତି ସେହି କାର୍ଯ୍ୟ କରିଥାନ୍ତି । ତେଣୁ ପିଲାମାନଙ୍କୁ ଏହି ସବୁ କାର୍ଯ୍ୟରୁ ବାରଣ ନକରି ସେମାନଙ୍କୁ ଉତ୍ସାହିତ କରନ୍ତୁ । ଏଥିସହିତ ଯଦି ପିଲାମାନଙ୍କର ବହି ପାଠରେ ମନ ଲାଗୁ ନାହିଁ ତେବେ ଫଟୋ କିମ୍ବା ଭିଡିଓ ମାଧ୍ୟମରେ ପିଲାଙ୍କୁ ପଢାଇବାକୁ ଚେଷ୍ଟା କରନ୍ତୁ ।

ପିଲାଙ୍କ ମନରେ ଭୟ ସୃଷ୍ଟି କରନ୍ତୁ ନାହିଁ: ପିଲାମାନଙ୍କର ଜଣାତରେ ହେଉ କିମ୍ବା ଅଜଣାତରେ ଅନେକ ସମୟରେ ଅବିଭାବକମାନେ ପିଲାମନଙ୍କୁ ଭୟବିତ କରାଇଥାନ୍ତି । ଯାହାଫଳରେ ପିଲାମାନେ ଭୟାଳୁ ହେବା ସହିତ ଚାହୁଁଥିବା କାର୍ଯ୍ୟ କରିବାକୁ ମଧ୍ୟ ଭୟ କରିଥାନ୍ତି । ତେଣୁ ପ୍ରତ୍ୟେକ ପିତାମାନେ ପିଲାମାନଙ୍କ ମନରେ କୌଣସି ପ୍ରକାରର ଭୟ ସୃଷ୍ଟି କରନ୍ତୁ ନାହିଁ ।

ପିଲାମାନଙ୍କ ଆତ୍ମବିଶ୍ୱାସ ବଢାଇବାରେ ସାହାର୍ଯ୍ୟ କରନ୍ତୁ: ବିଭିନ୍ନ ସମୟରେ ପିଲାମାନେ ଅନେକ କଥା ଜାଣିବାକୁ ଇଚ୍ଛୁକ ଥାନ୍ତି । ତେଣୁ ସେମାନେ ସେହି ବିଷୟରେ ଅନୁସନ୍ଧାନ କରିଥାନ୍ତି । ଏଥି ସହିତ ଅବିଭାବକଙ୍କୁ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ତେବେ ପ୍ରତ୍ୟେକ ଅବିଭାବକମାନେ ପିଲାମାନଙ୍କର ଆତ୍ମ ବିଶ୍ୱାସକୁ ବଢାଇବା ସହିତ ସେମାନେ ଜାଣିବାକୁ ଚାହୁଁଥିବା ବିଷୟ ସମ୍ବନ୍ଧରେ ଅବଗତ କରାନ୍ତୁ ଏବଂ ସେମାନଙ୍କୁ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ବୁଝାନ୍ତୁ ।

 

Get real time updates directly on you device, subscribe now.