fbpx

Twilight ଅଭିନେତ୍ରୀ କ୍ରିଷ୍ଟେନ ଓ ପ୍ରେମିକା ଡାୟଲନଙ୍କର ସରିଲା ନିର୍ବନ୍ଧ, ଖୁବଶୀଘ୍ର ହେବ ବିବାହ

Twilightର ଅଭିନେତ୍ରୀ କ୍ରିଷ୍ଟେନ ଷ୍ଟୁଆର୍ଟ ନିକଟରେ ଏପରି ଖୁଲାସା କରିଛନ୍ତି, ଯାହାକୁ ଶୁଣି ଫ୍ୟାନ୍ସମାନେ ଚକିତ ହୋଇଛନ୍ତି । କ୍ରିଷ୍ଟନ ୨ ବର୍ଷ ଧରି ଡାୟଲନ ମେୟରଙ୍କୁ ଡେଟ୍ କରୁଥିଲେ । ଏହା ପରେ କ୍ରିଷ୍ଟେନ ଡାୟଲନଙ୍କୁ ବିବାହ ପାଇଁ ହଁ’ କହିବା ସହ ଦୁହେଁ ନିର୍ବନ୍ଧ କରିିଛନ୍ତି । ଦ ହାୱର୍ଡ ଷ୍ଟର୍ନ ସୋରେ କ୍ରିଷ୍ଟନ ନିଜ ବାହାଘରକୁ ନେଇ ଖୁଲାସା କରିଛନ୍ତି ।

ଏହା ସହ କ୍ରିଷ୍ଟେନ ଖୁବଶୀଘ୍ର ଡାୟଲନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । କ୍ରିଷ୍ଟେନ କହିଛନ୍ତି ଯେ, ‘ଆମେ ବିବାହ କରିବାକୁ ଯାଉଛି, ଆମେ ଏହା ଅବଶ୍ୟ କରିବୁ । ମୁଁ ପ୍ରପୋଜାଲର ଅପେକ୍ଷା କରିଥିଲି । ମୋତେ ଲାଗୁଛି କି, ମୁଁ ଯାହା ଚାହୁଁଥିଲି ତାହା ସେ ପ୍ରସ୍ତୁତ କରିଥିଲେ । ଏବେ ଆମେ ବିବାହ କରିବାକୁ ଯାଉଛୁ ।’ତେବେ ଡାୟଲନ ଜଣେ ଅଭିନେତ୍ରୀ ହେବା ସହିତ ଜଣେ ଲେଖକ ଭାବେ ବି ଖୁବ ପରିଚିତ । ସେ ‘ମୋକ୍ସି, ରକ୍ ବଟମ୍ ଓ ମିସ୍ ୨୦୫୯ ଭଳି ଫିଲ୍ମ ପାଇଁ ଅଧିକ ଜଣାଶୁଣା ।

 

View this post on Instagram

 

A post shared by Dylan Meyer (@spillzdylz)

ସୂଚନା ମୁତାବକ, କ୍ରିଷ୍ଟେନ ଓ ଡାୟଲନ ୨୦୧୯ରୁ ଦୁର୍ଡିଙ୍କୁ ଡେଟ୍ କରିଆସୁଛନ୍ତି । ଦୁହେଁ କମନ୍ ସାଙ୍ଗମାନଙ୍କ ମାଧ୍ୟମରେ ଦେଖାହୋଇଥିଲେ । ଉଭୟ ଲସ୍ ଏଞ୍ଚେଲସରେ ବଢ଼ିଥିବାରୁ ଦୁହିଁଙ୍କ ମଧ୍ୟରେ କିଛି ଅଲଗା ବନ୍ଧନ ଗଢ଼ିଉଠିଥିଲା । ପ୍ରଥମେ ଦୁହିଁଙ୍କ ମଧ୍ୟର ବନ୍ଧୁତା ହୋଇଥିଲା ଓ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କଲେ । ୨ ବର୍ଷର ରିଲେସନସିପ୍ ପରେ ଦୁହେଁ ଗୋଟିଏ ପାଦ ଆଗକୁ ଆସି ନିର୍ବନ୍ଧ କରିଛନ୍ତି ଓ ଆଜୀବନ ପରସ୍ପର ସହିତ ରହିବାକୁ ଚାହୁଁଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରରେ ବି ସେମାନେ ଅନେକ ଫଟୋ ସେୟାର କରିଛନ୍ତି ।

ଡାୟଲନଙ୍କ ପୂର୍ବରୁ କ୍ରିଷ୍ଟେନ ସୁପରମଡେଲ ଷ୍ଟେଲା ମ୍ୟାକ୍ସୱେଲ ଓ ରୋବର୍ଟ ପ୍ୟାଟିନସନଙ୍କୁ ଡେଟ କରିଛନ୍ତି । ଫିଲ୍ମ ଟ୍ୱିଲାଇଟ୍ ସୁଟିଂ କରୁଥିବା ବେଳେ ରୋବର୍ଟ ଓ କ୍ରିଷ୍ଟେନ ପରସ୍ପରର ନିକଟତର ହୋଇଥିଲେ ଓ ଫ୍ୟାନ୍ସମାନେ ବି ସେମାନଙ୍କ ଯୋଡିକୁ ବହୁତ ପସନ୍ଦ କରୁଥିଲେ ।

Get real time updates directly on you device, subscribe now.