fbpx

କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ପୋଲିସ୍ କବ୍ଜା ରେ ଆଉ ୪, ପୂର୍ବରୁ ଗିରଫ ହୋଇଛନ୍ତି ୬ ଜଣ

ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ୍ । ଘଟଣା ପରେ ଫେରାର ହୋଇଯାଇଥିଲେ ଏହି ୪ ଅଭିଯୁକ୍ତ । ୪ ଅଭିଯୁକ୍ତ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ  ଜଗନ ଖଟେଇ ଅଟକ । ୪ ଅଭିଯୁକ୍ତ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି । ସୋମବାର ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଏହା ସହ ମାମଲାରେ ଗିରଫଦାରୀ ୧୦ କୁ ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ, ଗତ ୧୬ ତାରିଖରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ଉପରକୁ ଦୁର୍ବୁତ୍ତ ଗୁଳିମାଡ଼ କରିଥିଲେ ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଦେହରେ ୪ ଟି ଗୁଳି ବାଜିଥିବା ସୂଚନା । ମୁଣ୍ଡର ସାମ୍ନା ଓ ପଛପଟରେ ୨ଟି ଓ ଛାତିରେ ୨ ଟି ଗୁଳି ବାଜିଛି । ଘଟଣାସ୍ଥଳରୁ ୪ ଟି ଖୋକା ଜବତ କରିଛି ଫରେନ୍ସିକ ଟିମ୍ ।

ସେପଟେ ପୂର୍ବ ଶତ୍ରୁତାରୁ ତାଙ୍କ ଉପରକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ୍ । ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ସମ୍ପର୍କ ଥବା ଚର୍ଚ୍ଚା ହେଉଛି । ଗୁନ ସିଂହାରୀ ହତ୍ୟାକାଣ୍ଡ ପରେ ସେ ଟାର୍ଗେଟରେ ଥିଲେ । ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଷଡ଼ଯନ୍ତ୍ରକାରୀ କୁହାଯାଉଥିଲା । ୨୦୧୨ ଅଗଷ୍ଟ ୨୨ ରେ ପୁରୀରେ ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ତେବେ ୯ ବର୍ଷ ପରେ ଗତ ଜାନୁଆରୀ ୧୯ ରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ କୃଷ୍ଣଚନ୍ଦ୍ର ପତିହାରୀ ।

Get real time updates directly on you device, subscribe now.