fbpx
BJD
BJD SKY
BJD SKY

ମଦ ପିଇ ଗାଡି ଚଳାଅ ନାହିଁ, ଜେଲରେ ବହୁତ ……….. ଅଭିନବ ଉପାୟରେ ସଚେତନତା ବାର୍ତ୍ତା

ଶ୍ରୀନଗର: ଲୋକ ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ବର୍ତ୍ତମାନ ଭାରତୀୟ ପୋଲିସ ମାନେ ବହୁତ ମଜାଳିଆ ଆଉ ଅଭିନବ ଉପାୟ ସାମ୍ନାକୁ ଆସିଛି । ତେବେ ଏହି ଧାରରେ ଯୋଡି ହୋଇଛି ଏବେ କୁଲ୍ଲୁ ପୋଲିସ । ବର୍ତ୍ତମାନ କୁଲ୍ଳୁ ପୋଲିସର ଏକ ସଚେତନା ବର୍ତ୍ତା ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି । ଯାହାକୁ ଆପଣ ମଧ୍ୟ ଦେଖିଲେ ଆଉ ଥରେ ନିଶ୍ଚୟ ବୁଲି କରି ଅନାଇବେ । ଆଉ କହିବେ ଏଭଳି ଯିଏ କରିଛି ତାଙ୍କର ବୁଦ୍ଧିକୁ ମାନିବାକୁ ପଡିବ ।

ତେବେ ଏହାର ଏକ ଛୋଟ ଅଂଶ ଇଷ୍ଟାଗ୍ରାମରେ ସେୟାର କରାଯାଇଛି । ଏବଂ ସେୟାର ହେବା ପରଠାରୁ ଏହି ଭିଡିଓ ବହୁ ଲୋକ ଙ୍କ ଦ୍ୱାରା ଲାଇକ କରାଯାଉଛି । ମଦ ପିଇ କରି ଗାଡି ନଚାଇବା ପାଇଁ ପୋଲିସ ଏଥିରେ ସୂଚନା ଦେଇଛନ୍ତି । ଏହାକୁ ଏକ ଅଭିନବ ଉପାୟରେ ଲେଖାଯାଇଛି । ଏଥିରେ ଲେଖାଯାଇଛି ମଦ ପିଇ ଗାଡି ଚଳାଅ ନାହିଁ,ମନାଲୀର ଜେଲରେ ବହୁତ ଥଣ୍ଡା ହେଉଛି । ଏହା ସହିତ ଧୁମ୍ରପାନକୁ ନେଇ ମଧ୍ୟ ଏଥିରେ ସଚେତନ ବାର୍ତ୍ତା ଲେଖାଯାଇଛି । ଏଥିରେ ଲେଖାଯାଇଛି ଧୁମ୍ରପାନ ତୁମ ଫୁସଫୁସକୁ ଜାଲିଦେବ ।ଭିଡିଓ ସେୟାର ହେବା ପରେ ଏହାକୁ ୬୬ଲକ୍ଷରୁ ଅଧିକ ଲୋକ ଦେଖିବା ସହିତ ୩ଲକ୍ଷରୁ ଅଧିକ ପସନ୍ଦ କରିଛନ୍ତି । ଏହା ସହିତ ନେଟିଜେନ ମାନେ ଇମୋଜିରେ ମନ୍ତବ୍ୟ ଗୃହକୁ ଭରି ଦେଇଛନ୍ତି ।

ତେବେ ପୋଲିସ ମାନେ ଏହି ଭଳି ଭାବେ ବର୍ତ୍ତା ଦେବା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ସଡକ ସୁରକ୍ଷା, ଟ୍ରାଫିକ ନିୟମ ଆଦି ବିଭିନ୍ନ ମଜାଳିଆ ସଚେତନା ବାର୍ତ୍ତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି । ଏବଂ ଭାରତୀୟ ପୋଲିସଙ୍କ ଏହି ଅଭିନବ ଉପାୟକୁ ଜନ ସମାଜ ଗ୍ରହଣ କରିବା ସହିତ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.