fbpx

୨୩ରେ ଚୂଡାନ୍ତ କୁନ୍ଦୁଲି ରିପୋର୍ଟ

କୋରାପୁଟ,୧୬ ।୧୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର କୁନ୍ଦୁଲି ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ଆଉ ସପ୍ତାହେ ସମୟ ମାଗିଲା ଏସଆଇଟି । ଡିସେମ୍ବର ୨୩ରେ ରିପୋର୍ଟ ଦାଖଲ କରିବାକୁ ଏସଆଇଟିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସଆଇଟି ଦ୍ୱାରା ମାମଲାର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ମୁଷାଗୁଡ଼ା ଗ୍ରାମରେ ଜଣେ ନାବାଳିକାଙ୍କୁ ଯବାନମାନେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଜନୈକା ନବମ ଶ୍ରେଣୀର ଛାତ୍ରୀ ଅଭିଯୋଗ ଆଣିଥିଲେ ଯେ ପୁଲିସ ଯବାନ ପୋଷାକ ପିନ୍ଧା ୪ଜଣ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ କରିଥିବା ପୁଲିସ ଟିମ ଏବଂ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ଗଣଦୁଷ୍କର୍ମର କୌଣସି ପ୍ରମାଣ ପାଇ ନଥିଲେ । କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ପରେ ନିଜଘରକୁ ଫେରିଯାଇଥିଲେ । ସେ ୨୨ ଜାନୁଆରୀ ୨୦୧୮ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.