fbpx
BSKY
BJD SHG SKY
BJD MC SKY

PNB ବ୍ୟାଙ୍କ୍ ଗ୍ରାହକ ୩୧ ଅଗଷ୍ଟ ମଧ୍ୟରେ କରିନିଅନ୍ତୁ ଏହି କାମ: ନହେଲେ ବନ୍ଦ ହୋଇପାରେ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ପଞ୍ଜାବ ନାସନାଲ ବ୍ୟାଙ୍କ୍(PNB) ନିଜ ଗ୍ରାହକଙ୍କୁ କେୱାଇସି ଅପଡେଟ କରିବା ପାଇଁ କହିଛି । ବ୍ୟାଙ୍କ୍ ଟ୍ୱିଟ୍ ରେ କହିଛି ଯେ ସବୁ ଗ୍ରାହକ ୩୧ ଅଗଷ୍ଟ ୨୦୨୨ ମଧ୍ୟରେ କେୱାଇସି କରାଇନିଅନ୍ତୁ । ଗତ କିଛି ମାସରୁ ବ୍ୟାଙ୍କ୍ ଏହାର ଗ୍ରାହକଙ୍କୁ କେୱାଇସି କରାଇବା ପାଇଁ ଆଲର୍ଟ କରିଛି । କେୱାଇସି (KYC) ଅପଡେଟ କରାଇବା ଦ୍ୱାରା ଗ୍ରାହକଙ୍କ ଆକାଉଣ୍ଟ ଆକ୍ଟିଭ ରହିବ ଏବଂ ସେମାନେ ଫଣ୍ଡ୍ ଟ୍ରାନ୍ସଫର ଭଳି କାମ ସହଜରେ କରିପାରିବେ ।

କେୱାଇସିର ଫୁଲଫର୍ମ (Know Your customer) ର ହୋଇଥାଏ । କେୱାଇସି ଏକ ଗ୍ରାହକଙ୍କ ବିଷୟରେ ସୂଚନା ଦେଉଥିବା ଦସ୍ତାବେଜ୍ ହୋଇଥାଏ । ଏଥିରେ ଗ୍ରାହକ ନିଜ ବିଷୟରେ ସବୁ ତଥ୍ୟ ଲେଖି ବ୍ୟାଙ୍କକୁ ଦେବାକୁ ହୋଇଥାଏ । ପ୍ରତି ୬ ମାସ କିମ୍ବା ୧ ବର୍ଷ ମଧ୍ୟରେ ବ୍ୟାଙ୍କ୍ ନିଜ ଗ୍ରାହକଙ୍କଠାରୁ କେୱାଇସି ଫର୍ମ ଭରିବା ପାଇଁ କହିଥାଏ ।

କେୱାଇସି ଗ୍ରାହକ ଏବଂ ଆର୍ଥିକ ସଂସ୍ଥାନ ଉଭୟଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହାଦ୍ୱାରା ବ୍ୟାଙ୍କଙ୍କୁ ଗ୍ରାହକଙ୍କ ବିଷୟରେ ଅପଡେଟ ସୂଚନା ମିଳିଥାଏ ଏବଂ ଗ୍ରାହକଙ୍କୁ ଏହା ସୁରକ୍ଷା ମିଳିଥାଏ ଯେ ତାଙ୍କ ଆକାଉଣ୍ଟରୁ ଅନ୍ୟ କେହି ବ୍ୟକ୍ତି ଟଙ୍କା ନେଣ ଦେଣ କରୁନାହିଁ ତ’?

କେୱାଇସି ଅପଡେଟ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁ ବ୍ରାଞ୍ଚରେ ଆକାଉଣ୍ଟ ରହିଛି ଆପଣ ସେହି ବ୍ରାଞ୍ଚକୁ ଯାଇ ନିଜର କେୱାଇସି ଅପଡେଟ୍ କରାଇପାରିବେ । କେୱାଇସି ଫର୍ମ ପୂରଣ କରି ଜମା କରିବାର ୩ ଦିନ ମଧ୍ୟରେ ଆପଣଙ୍କ କେୱାଇସି ଅପଡେଟ୍ ହୋଇପାରିବ ।

Get real time updates directly on you device, subscribe now.