fbpx

ଅଲଗା ହେବେ ଚହଲ-ଧନଶ୍ରୀ! ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହେଲା ଟୁପଟାପ୍

ନୂଆଦିଲ୍ଲୀ: ପ୍ରେମ କରି ବାହାହେବା ଆଉ କିଛି ଦିନ ପରେ ବ୍ରେକଅପ୍ ହେବା ଏବେ ସେଲିବ୍ରେଟିଙ୍କର ଏକ ଫ୍ୟାସନରେ ପରିଣତ ହୋଇଗଲାଣି । ପୂର୍ବରୁ ଅନେକ କ୍ରିକେଟର, ଅଭିନେତା, ଅଭିନେତ୍ରୀଙ୍କ ସହ ଏପରି ଘଟିଥିବା ବେଳେ ଏଥିରେ ଯୋଡ଼ି ହୋଇଛନ୍ତି ଦୁଇଜଣ ସେଲିବ୍ରେଟି । ଭାରତୀୟ କ୍ରିକେଟ ଟିମର ସ୍ପିନ ବୋଲର ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା ହେଉଛି ।

ରିପୋର୍ଟ ମୁତାବକ, ଧନଶ୍ରୀ-ଚହଲଙ୍କ ରିଲେସନସିପରେ ଲାଗିଛି କଳା ଛିଟା । ଖୁବଶୀଘ୍ର ଦୁହିଁଙ୍କର ବ୍ରେକଅପ ହୋଇପାରେ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । ଏହାକୁ ନେଇ ଚହଲ ଓ ଧନଶ୍ରୀଙ୍କ ଫ୍ୟାନ୍ସଙ୍କ ମନରେ ଲାଗିଛି ଗଭୀର ଆଘାତ । ସାଧାରଣ ଭାବେ ଧନଶ୍ରୀ ଅଧିକାଂଶ ସମୟରେ ନିଜର ଡ୍ୟାନ୍ସ ଭିଡିଓ ପୋଷ୍ଟ କରିବା ସହ ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ ରହିଥାନ୍ତି । ଗତ କିଛି ମାସ ହେଲା ସେ କୌଣସି ପୋଷ୍ଟ କରି ନଥିବା ବେଳେ ନିକଟରେ ନିଜର ନାମ ପୂର୍ବରୁ ‘ଚହଲ’ ହଟାଇ ନେଇଛନ୍ତି । ତେଣୁ ମାଡାମଙ୍କ ମୁଡ୍ ପୂରା ଗରମ ଅଛି, ଦୁହିଁଙ୍କ ମଧ୍ୟରେ କିଛି ଠିକଠାକ ଚାଲିନାହିଁ ବୋଲି ଟୁପଟାପ୍ ଚାଲିଛି ।

ଧନଶ୍ରୀ ଜଣେ ୟୁଟ୍ୟୁବର ହୋଇଥିବା ବେଳେ ତାଙ୍କର ନିଜର ଏକ ଡ୍ୟାନ୍ସ ସ୍କୁଲ ଅଛି । ଚହଲ ଅନଲାଇନ ଡ୍ୟାନ୍ସ କ୍ଲାସ ଆରମ୍ଭ କରିବା ପରଠାରୁ ଦୁହିଁଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ୨୦୨୦ ଡିସେମ୍ବର ୨୨ରେ ଦୁହେଁ ବିବାହ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ । ଏହାପରେ ଧନଶ୍ରୀଙ୍କୁ ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟତା ମିଳିଥିଲା ।

Get real time updates directly on you device, subscribe now.