fbpx

ୟୁରୋକପ ୨୦୨୪: ସୁପର ୧୬ରେ ଫ୍ରାନ୍ସ ଓ ନେଦରଲ୍ୟାଣ୍ଡ, ଏମବାପେଙ୍କ ଅନୁପସ୍ଥିତି ହରାଇ ପାରିଲାନି ଫ୍ରାନ୍ସକୁ

Advertisement

ବର୍ଲିନ: ଫ୍ରାନ୍ସ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଲିପଜିଗରେ ଖେଳାଯାଇଥିବା ୟୁରୋକପର ଏକ ମ୍ୟାଚ୍ ଗୋଲ ଶୂନ୍ୟ ରହି ସମାପ୍ତ ହୋଇଛି । ଯାହା କିଲିୟନ ଏମ୍ବାପେଙ୍କ ଅନୁପସ୍ଥିତି ଉପରେ ପ୍ରଭାବ ପକାଇ ପାରି ନ ଥିଲା । ଚାରି ଦିନ ପୂର୍ବରୁ ଅଷ୍ଟ୍ରିଆ ବିପକ୍ଷ ମ୍ୟାଚରେ କିଲିୟନଙ୍କ ନାକ ଫାଟି ସେ ଆହତ ହୋଇଥିଲେ । ଏମ୍ବାପେଙ୍କ ବିନା ପଡିଆକୁ ଓହ୍ଲାଇଥିବା ଫ୍ରାନ୍ସ ଏହି ମ୍ୟାଚକୁ ଡ୍ର ରଖି ୟୁରୋକପର ଅନ୍ତିମ ୧୬ ରାଉଣ୍ଡରେ ପ୍ରବେଶ କରିଛି । ମ୍ୟାଚରେ ଡଚ ଟିମର ଜାବି ସିମନ୍ସଙ୍କ ଗୋଲ ବିବାଦସ୍ପଦ ଭାବରେ ରଦ୍ଦ କରି ଦିଆଯାଇଥିଲା । ସେପଟେ ଫ୍ରାନ୍ସ ପାଇଁ ଏଣ୍ଟୋନି ଗ୍ରିଏଜମୈନ ଦୁଇଟି ଗୋଲ କରିବାର ସୁଯୋଗ ହାତଛଡା କରିଥିଲେ ।

ଏହି ଡ୍ର’ସହ ଉଭୟ ଦଳ ୪ ଅଙ୍କ ସହ ଗ୍ରୁପ ‘ଡି’ର ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ତାହାସହ ଅଷ୍ଟ୍ରିଆଠୁ ଗୋଟିଏ ଅଙ୍କ ଆଗରେ ଅଛନ୍ତି । ମଙ୍ଗଳବାର ଦିନ ଏହି ଗ୍ରୁପର ଅନ୍ତିମ ମ୍ୟାଚ ଖେଳାଯିବ । ଏଥିରେ ଫ୍ରାନ୍ସର ସାମ୍ନା କରିବ ପୋଲାଣ୍ଡ ଓ ନେଦରଲ୍ୟାଣ୍ଡ ସହ ଲଢିବ ଅଷ୍ଟ୍ରିଆ । କ୍ୱାଲିଫାଇଙ୍ଗ ରାଉଣ୍ଡରେ ମଧ୍ୟ ଏହି ଦୁଇ ଦଳ ପରସ୍ପର ସହ ଲଢେଇ କରିଥିଲେ । ଏଥିରେ ଲେସ ବ୍ଲ୍ୟୁଜ ଦଳ ଉଭୟ ମ୍ୟାଚରେ ବିଜୟୀ ହୋଇଥିଲା । ସେହି ସମୟରେ ଫ୍ରାନ୍ସ ଦେଇଥିବା ୬ ଟି ଗୋଲରୁ ୪ ଟି ଏମବାପେଙ୍କର ଥିଲା । ଫ୍ରାନ୍ସର କୋଚ ଡିଡିଏର ଡେସଚୈମ୍ପ ସଂକେତ ଦେଇଥିଲେ ଯେ, ନକଆଉଟରେ କିଲିୟନ ଏମବାପେଙ୍କୁ ବାହାରେ ରଖିବା ନିଷ୍ପତ୍ତି ଫ୍ରାନ୍ସ ପାଇଁ ଭିନ୍ନ ବି ହୋଇ ପାରି ଥାଆନ୍ତା; ମାତ୍ର ଏମବାପେଙ୍କୁ ନେଇ ଯାହା ନିଷ୍ପତ୍ତି ହୋଇଛି ତାହା ସଠିକ ପ୍ରମାଣିତ ହୋଇଛି । କାହିଁକିନା ତାଙ୍କ ଦଳ ଅନ୍ତିମ ୧୬କୁ ପ୍ରବେଶ କରି ସାରିଛି ।

Get real time updates directly on you device, subscribe now.