Breaking- ମାଟିତଳେ ଫସିଥିବା BPCL ଶ୍ରମିକ ମୃତ ଅବସ୍ଥାରେ ଉଦ୍ଧାର

କଟକ- ବିପିସିଏସର ପାଇପ ମରାମତି ବେଳେ ମାଟି ତଳେ ଫସି ଥିବା ଶ୍ରମିକ ମୃତ । ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶୁକ୍ରବାର କଟକ ପାରାଦ୍ୱୀପ ରାସ୍ତାର ତାଳଦଣ୍ଡାଠାରେ ପାଇପ ମରାମତି ବେଳେ ଘଟିଥିଲା ଅଘଟଣ ।

ଶୁକ୍ରବାର ତାଳଦଣ୍ଡା ନିକଟରେ ବିପିସିଏସର ପାଇପ କାମ ମରାମତି ଚାଲିଥିଲା ବେଳେ ହଠାତ୍ ଜଣେ ଶ୍ରମିକ ମାଟି ତଳେ ଥିବା ସମ୍ପରେ ପଡିଯାଇଥିଲେ ।  ତାଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଆସି ସମ୍ପରୁ ଅଚେତ ଅବସ୍ଥାରେ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ଘଣ୍ଟା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । କାରଣ ଶ୍ରମିକ ଫସିଥିବା ସ୍ଥାନରୁ ଗ୍ୟାସ ଲିକ ହୋଇଥିଲା । ବିଳମ୍ବତା କାରଣରୁ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଶ୍ରମିକମାନେ ଅଭିଯୋଗ କରୁଛନ୍ତି ।