fbpx
BSKY SKY
BSKY SKY

ଧରାପଡ଼ିଲା ଚାଲ୍‌ବାଜ୍ ଚୀନ୍‌ର ନୂଆ ଚାଲ୍ , ଏଲ୍‌ଏସି ସୀମାରେ ନିର୍ମାଣ କରୁଛି ସ୍ଥାୟୀ କ୍ୟାମ୍ପ୍‌ ଓ ହେଲିପ୍ୟାଡ୍

BSKY

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଚାଇନା ସହ ଲଦାଖ ଓ ସିକ୍କିମ ସୀମାରେ ବିବାଦ ଚାଲିଥିବା ବେଳେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏକ ଲମ୍ବା ସମୟ ଧରି ରହିବାକୁ ଚୀନ ସେନା ଯୋଜନା କରୁଛି । ଏଥିପାଇଁ ଚୀନ ଏଲଏସି ଓ ଅନ୍ତର୍ଜାତୀୟ ସୀମା ନିକଟରେ ସ୍ଥାୟୀ ସେନା ଶିବିରମାନ ନିର୍ମାଣ କରୁଛି ।

ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁସାରେ ଚୀନ ପୂର୍ବ ଲଦାଖ୍‌, ଉତ୍ତର ସିକ୍କିମର ନାକୁ-ଲା, ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ କଂକ୍ରିଟ୍‌ ଶିବିରମାନ ନିର୍ମାଣ କରୁଛି । ଚୀନ ସେନା ବା ପିଏଲଏର ଯବାନମାନେ ଏସବୁ ଶିବିରଗୁଡ଼ିକରେ ସ୍ଥାୟୀ ଭାବେ ରହିବେ । ଏହା ଫଳରେ ବିବାଦୀୟ ସ୍ଥାନ ଗୁଡିକରେ ସଂଘର୍ଷ ହେଲେ ସେଠାକୁ ଅଳ୍ପ ସମୟରେ ଅଧିକ ସୈନ୍ୟ ପହଞ୍ଚି ପାରିବେ । ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ପ୍ରତିକୂଳ ପରିସ୍ଥିତି ସହ ଚୀନ ସୈନିକମାନେ ସହଜରେ ଖାପ ଖୁଆଇପାରୁନାହାନ୍ତି । କିନ୍ତୁ ସ୍ଥାୟୀ ଶିବିର ଗୁଡ଼ିକରେ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ଚୀନ ସୈନିକମାନେ ସେଠାରେ ସହଜରେ ରହିପାରିବେ ଓ ଆବଶ୍ୟକ ପଡ଼ିଲେ ବିବାଦୀୟ ଅଞ୍ଚଳଗୁଡ଼ିକୁ ଶୀଘ୍ର ଯାଇପାରିବେ । କେବଳ ଏତିକି ନୁହେଁ ଚୀନ ସୀମା ନିକଟରେ ହେଲିପ୍ୟାଡ ଓ ପକ୍କା ସଡ଼କ ମଧ୍ୟ ନିର୍ମାଣ କରିଛି । ଚୀନର ଏସବୁ କାର୍ଯ୍ୟ ଉପରେ ଭାରତ ତୀକ୍ଷଣ ଦୃଷ୍ଟି ରଖିଛି ଓ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.