fbpx

ଆଇଟି ଆକ୍ଟ ୬୬(ଏ)ରେ ମାମଲା ରୁଜୁ ବନ୍ଦ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ସୂଚନା ପ୍ରଯୁକ୍ତି (ଆଇଟି) ଆଇନ ଧାରା ୬୬(କ)ରେ ମାମଲା ରୁଜୁ ବନ୍ଦ କରିବାକୁ କେନ୍ଦ୍ର ସରକାର ବୁଧବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ଆଇନ ଅନୁଯାୟୀ ରୁଜୁ ହୋଇଥିବା ସମସ୍ତ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର କହିଛନ୍ତି।

ସୂଚନା ପ୍ରଯୁକ୍ତି ଆଇନର ଉକ୍ତ ଧାରାକୁ ୬ ବର୍ଷ ତଳୁ ସର୍ବୋଚ୍ଚ ନ୍ୟାୟାଳୟ ଉଚ୍ଛେଦ କରିସାରିଥିବା ବେଳେ ଏହି ଧାରାରେ ଏବେ ବି ଅନେକ ମାମଲା ରୁଜୁ ହେବା ଓ ନିମ୍ନ ଅଦାଲତରେ ଏହି ସବୁ ମାମଲାର ଶୁଣାଣି ହେବାକୁ ନେଇ ନିକଟରେ ସର୍ବୋଚ୍ଚ ଅଦାଲତ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ସୂଚନା ପ୍ରଯୁକ୍ତି ଆଇନ ୨୦୦୦ର ଧାରା ୬୬ (କ) ଅନୁଯାୟୀ କୌଣସି ବ୍ୟକ୍ତି ଯଦି ଇଲେକ୍‌ଟ୍ରୋନିକ୍‌ ମାଧ୍ୟମରେ ସୂଚନା ପ୍ରେରଣ କରେ ତାହା ଅପରାଧ ବିବେଚନା କରାଯିବ । ତେବେ ୨୦୧୫ ମାର୍ଚ୍ଚ ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଧାରାକୁ ଅବୈଧ ଘୋଷଣା ପୂର୍ବକ ଉଚ୍ଛେଦ କରିଥିଲେ । ତେଣୁ ଏହି ଧାରାରେ ଏଣିକି ଆଉ କୌଣସି ମାମଲା ରୁଜୁ ନ କରିବା ଲାଗି ସମସ୍ତ ଥାନା ଓ ଆଇନ ରକ୍ଷାକାରୀ ଏଜେନ୍ସିକୁ ଆବଶ୍ୟକ ନିର୍ଦେଶ ଦେବାକୁ କୁହାଯାଇଛି ।

Get real time updates directly on you device, subscribe now.