fbpx

ସାଂସଦଙ୍କ ହାତରେ ବନ୍ଧୁକ: ରୁଷ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଥିବା କହିଲେ ୟୁକ୍ରେନର ମହିଳା ସାଂସଦ

AAKASH

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଆଜି ତୃତୀୟ ଦିନରେ ପହଞ୍ଚିଛି ଯୁଦ୍ଧ । ରୁଷର ସୈନ୍ୟ ଧିରେ ଧିରେ ୟୁକ୍ରେନ ଭିତରକୁ ପଶି ବିଭିନ୍ନ ସ୍ଥାନକୁ ନିଜ କବଜାକୁ ନେଉଥିବା ବେଳେ ୟୁକ୍ରେନ ମଧ୍ୟ ନିଜ ଜିଦରେ ଅଟଳ ରହିଛି । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି କହିଛି ୟୁକ୍ରେନ । କିନ୍ତୁ ଏହାମଧ୍ୟରେ ୟୁକ୍ରେନର ଜଣେ ମହିଳା ସାଂସଦଙ୍କ ଫଟୋ ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ ଏହି ପୋଷ୍ଟରେ ଥିବା ତାଙ୍କର କ୍ୟାପ୍ସନ ସମସ୍ତଙ୍କ ମନରେ ଜୋଶ ଭରିଦେଇଛି ।

ରୁଷର ବର୍ବରତା ଆଗରେ ଫେଲ ମାରୁଛି ୟୁକ୍ରେନର ସୈନ୍ୟ ସାମର୍ଥ୍ୟ । ଧିରେ ଧିରେ ଏମାନଙ୍କୁ ପଛରେ ପକାଇ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରୁଛି ରୁଷ ସେନା । ତେବେ ଏହି ସମୟରେ ୟୁକ୍ରେନର ମହିଳା ସାଂସଦ କିରା ରୁଡିକ ସୋଶଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି । ସେ ଏହି ଫଟୋରେ ଗୋଟିଏ ବନ୍ଧୁକ ଧରି ଠିଆ ହୋଇଥିବାର ଦେଖାଯାଇଛି । ତେବେ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି ଯେ ୟୁକ୍ରେନର ସମସ୍ତ ମହିଳା ଏବଂ ପୁରୁଷ ରୁଷ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ଫଟୋ ପୋଷ୍ଟ କରିବା ପରେ ଏହା ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ସହିତ ସେ କହିଛନ୍ତି ଯେ ଆମେ ଯୁଦ୍ଧ କରିବାକୁ ଚାହୁଁ ନାହୁଁ ବରଂ ଏକ ଶାନ୍ତିପୂର୍ଣ୍ଣ ଦେଶ ଗଢିବାକୁ ଇଚ୍ଛା କରୁଛୁ । କିନ୍ତୁ କିଛି ଜଣଙ୍କ ପାଇଁ ଆମ ଭଳି ଲୋକମାନେ ବନ୍ଧୁକ ଉଠାଇବାକୁ ପ୍ରସ୍ତୁତ ହୋଇଥାନ୍ତି । ନିଜ ସ୍ୱାଧୀନତା ଏବଂ ଅଧିକାର ପାଇଁ ଲଢିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି କିଛି ସାଧାରଣ ଆଉ ସରଳ ନାଗରିକ ।

Get real time updates directly on you device, subscribe now.