fbpx
BSKY
BJD SHG SKY
BJD YOUTH SKY

ଭାରତୀୟ ବାୟୁସେନାର ବଡ ନିଷ୍ପତ୍ତି: ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବଡ ଘୋଷଣା କଲା ଇଣ୍ଡିଆନ ଏୟାର ଫୋର୍ସ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଏକ ବଡ ନିଷ୍ପତ୍ତି ନେଇଛି ଭାରତର ବାୟୁସେନା । ଆସନ୍ତା ମାସର ବ୍ରିଟେନରେ ଆୟୋଜିତ ହେବାକୁ ଥିବା ବହୁପକ୍ଷୀୟ ବାୟୁ ଅଭ୍ୟାସରୁ ଓହରିଛି ଭାରତୀୟ ସେନା । ଏହି ଅଭ୍ୟାସରେ କୋବ୍ରା ୱାରିୟରରେ ଯୁଦ୍ଧ ବିମାନକୁ ନିୟୋଜିତ ନ କରିବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ବାୟୁସେନା ବିଭାଗ ।

କୋବ୍ରା ୱାରିୟର ନାମକ ଏହି ବାୟୁ ଅଭ୍ୟାସ ବ୍ରିଟେନର ୱେଡିଙ୍ଗଟନରେ ମାର୍ଚ୍ଚ ୬-୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତିନି ଦିନ ତଳେ ଅଭ୍ୟାସରେ ଭାଗ ନେବା ପାଇଁ ଘୋଷଣା କରିଥିବା ଭାରତ ଏବେ ଏଥିରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏଭଳି ଏକ ନିଷ୍ପତ୍ତିରପ୍ରକୃତ କାରଣ ସ୍ପଷ୍ଟ କରିନାହିଁ ଭାରତର ବାୟୁସେନା । କିନ୍ତୁ ୟୁକ୍ରେନ-ରୁଷ ଯୁଦ୍ଧ ସହିତ ଏହି ନିଷ୍ପତ୍ତିର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ଏହାପୂର୍ବରୁ ବୁଧବାର ଭାରତ ୫ ଯୁଦ୍ଧ ବିମାନ ସହ କୋବ୍ରା ୱାରିୟର ଅଭ୍ୟାସରେ ଭାଗ ନେବା ପାଇଁ ଘୋଷଣା କରିଥିଲା । କିନ୍ତୁ ହଠାତ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ।

Get real time updates directly on you device, subscribe now.