fbpx

ଆଉ ଶୁଭିବନି ‘ଲେଡି ସିଂଘମ’ର ଗର୍ଜନ: ସଡ଼କ ଦୁର୍ଘଟଣାରେ ମହିଳା ପୋଲିସ ଅଧିକାରୀ ଜୁନ୍ମୋନୀ ରାଭାଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ‘ଲେଡି ସିଂଘମ୍’ ବା ‘ଦବଙ୍ଗ କପ’ ଭାବେ ସାରା ଦେଶରେ ପରିଚିତ ଥିବା ମହିଳା ପୋଲିସ ଅଧିକାରୀ ଜୁନ୍ମୋନୀ ରାଭା ଆଉ ନାହାନ୍ତି । ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଥିବା ଆସାମର ଏହି ଲେଡି ଅଧିକାରୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମାତ୍ର ୩୦ ବର୍ଷ ବୟସରେ ଜୁନ୍ମୋନୀ ଏ ଦୁନିଆରୁ ବିଦାୟ ନେଇଛନ୍ତି । ନିଜର ମଙ୍ଗେତରଙ୍କୁ ଗିରଫ କରି ଏକଦା ଏହି ଲେଡି ଅଧିକାରୀ ବେଶ୍ ଚର୍ଚ୍ଚାରେ ରହିଥିଲେ ।

ଜୁନ୍ମୋନୀ ଆସାମ ପୋଲିସରେ ଜଣେ ମହିଳା ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥଲେ । ଆସାମର ନାଗାଁ ନିକଟରେ ଗୋଟିଏ ଟ୍ରକ ତାଙ୍କର ଗାଡ଼ିକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ତାଙ୍କର ପରିବାର ଲୋକେ । ଏବେ ବି ତାଙ୍କର ମୃତ୍ୟୁ ରହସ୍ୟ ଘେରରେ ରହିଛି । ତେଣୁ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାରବର୍ଗଙ୍କ ପକ୍ଷରୁ ଦାବି ହୋଇଛି ।

ତେବେ ଦିନ ୨.୩୦ ସମୟରେ ତାଙ୍କର ଦୁର୍ଘଟଣା ଖବର ପାଇବା ପରେ ପୋଲିସ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ଘଟଣାଇଥିବା କଣ୍ଟେନର ଟ୍ରକକୁ ପୋଲିସ ଜବତ କରିଥିବା ବେଳେ ତା’ର ରେଜିଷ୍ଟ୍ରେସନ ନମ୍ବର ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ମହିଳା ଏସଆଇ କାହିଁକି ସିଭିଲ୍ ଡ୍ରେସରେ ଏକା ଗାଡ଼ିରେ ଯାଉଥିଲେ ସେନେଇ କିଛି ଜଣାପଡ଼ିନାହିଁ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜୁନ୍ମୋନୀଙ୍କ ମାଆ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.