fbpx

ଇମ୍ରାନ ଖାନଙ୍କୁ ମିଳିଲା ଜାମିନ: ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଲାହୋର ହାଇକୋର୍ଟ ଦେଲେ ଆଶ୍ୱସ୍ତି

Advertisement

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ଏକ ବଡ ଆଶ୍ୱସ୍ତି । ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ହୋଇଥିବା ହିଂସାତ୍ମକ କାର୍ଯ୍ୟକଳାପ ବିରୋଧରେ ଇମ୍ରାନ ଖାନଙ୍କୁ ମିଳିଛି ଜାମିନ । ତେବେ ଅନ୍ୟ ଏକ ମାମଲାରେ ଶୁଣାଣି କରି ଇମ୍ରାନ ଖାନଙ୍କ ଜାମିନକୁ ମଞ୍ଜୁରୀ କରିଛନ୍ତି ଲାହୋର ହାଇକୋର୍ଟ । ହାଇକୋର୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପହଞ୍ଚିବା ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ତେବେ ଏଥିରେ ତାଙ୍କର ଜାମିନ ଆବେଦନକୁ ଗ୍ରୀନ ସିଗନାଲ ମିଳିଛି ।

ପାକିସ୍ତାନ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସାମନାରେ ହିଂସାତ୍ମକ ପ୍ରଦର୍ଶନ ମାମଲାରେ ଫସି ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ । ତେଣୁ କୌଣସି ବି ମୁହୂର୍ତ୍ତରେ ଇମ୍ରାନ ଖାନଙ୍କୁ ଗିରଫ କରିପାରେ ଏଫଆଇଏ । ଗତବର୍ଷ ନିଷିଦ୍ଧ ବିତ୍ତପୋଷଣ ମାମଲାରେ ଇମ୍ରାନଙ୍କୁ ଆଯୋଗ୍ୟ ଘୋଷଣା କରିଥିଲା ନିର୍ବାଚନ ଆୟୋଗ । ଏହାପରେ ପାକିସ୍ତାନ ତହରୀଫ-ଏ-ଇନସାଫ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ଏହି ମାମଲାରେ ଜାମିନ ଆବେଦନର ଶୁଣାଣି ପାଇଁ ଇମ୍ରାନ ଅଦାଲତରେ ହାଜର ହେବାର ସମ୍ଭାବନା ରହିଛି । ନ୍ୟାୟମୂର୍ତ୍ତି ତାରିକ ସଲୀଳ ଶେଖ ଏହି ମାମଲାର ଶୁଣାଣି କରୁଛନ୍ତି । ତେବେ ଏଡି ଶୁଣାଣି ପୂର୍ବରୁ ନ୍ୟାୟାଳୟର ମୁଖ୍ୟ ଦ୍ୱାରରେ ପୋଲିସକର୍ମୀଙ୍କୁ ନିୟୋଜିତ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Get real time updates directly on you device, subscribe now.