fbpx

Passive Smoking ନେଇ WHO ରିପୋର୍ଟ: ମାଡ଼ିଯିବ କ୍ୟାନସର, ହୃଦରୋଗ ଓ ଡାଇବେଟିସ, ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ ନଷ୍ଟ ହୋଇଯିବ-ରିସର୍ଚ୍ଚ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଧୂମ୍ରପାନ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଛି । ପ୍ରତିବର୍ଷ ଏହି ଖରାପ ଅଭ୍ୟାସ କାରଣରୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏହି ବୀମାରୀ କାରଣରୁ ଜଣେ କ୍ୟାନସର, ହୃଦରୋଗ, ଡାଇବେଟିସ ଆଦି ବିଭିନ୍ନ ଭୟଙ୍କର ରୋଗରେ ସଂକ୍ରମିତ ହେବାର ଆଶଙ୍କା ରହିଥାଏ । ତେବେ କେବଳ ସିଗାରେଟ ପିଉଥିବା ଲୋକ ନୁହନ୍ତି ସିଗାରେଟ ପିଉଥିବା ବ୍ୟକ୍ତିଙ୍କ ପାଖରେ ଠିଆ ହୋଇଥିଲେ ମଧ୍ୟ ଜଣେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।

ସୂଚନା ମୁତାବକ, ଏହାକୁ ପ୍ୟାସିଭ୍ ସ୍ମୋକିଂ୍ କୁହାଯାଇଥାଏ । ସାଧାରଣ ଭାବେ ସ୍ମୋକିଂ ଆମର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସାରା ଦୁନିଆ ଜାଣିଛି । ସ୍ମୋକିଂ ହୃଦରୋଗ, ଷ୍ଟ୍ରୋକ ଓ ଲଙ୍ଗ କ୍ୟାନସର ସମସ୍ୟାକୁ ଅଧିକ ବଢ଼ାଇ ଦେଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ରିପୋର୍ଟ ମୁତାବକ, ଦୈନିକ ୧୪ ହଜାର ଲୋକ ସ୍ମୋକିଂ କାରଣରୁ ମୃତ୍ୟୁବରଣ କରିଥାନ୍ତି । ତେବେ କେବଳ ସିଗାରେଟ ପିଉଥିବା ଲୋକମାନେ ନୁହନ୍ତି, ଉକ୍ତ ବ୍ୟକ୍ତିଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଥାନ୍ତି ।

ସିଗାରେଟ୍, ବିଡ଼ି ଓ ସିଗାରରୁ ବାହାରୁଥିବା ଧୂଆଁର ଅବଶେଷ ବହୁତ ବିଷାକ୍ତ ହୋଇଥାଏ । ତାହା ମଣିଷର କପଡ଼ା, ବାଳ, ଚର୍ମ, ଜିନିଷ, ଛାତି, କାର, କାର୍ପେଟ ଏପରିକି ଶିଶୁଙ୍କ ଖେଳଣାରେ ଲାଖି ରହିଯାଇଥାଏ । ଏହି ଧୂଆଁ ବିଷାକ୍ତ ତତ୍ତ୍ୱ ସହିତ ମିଶି ରାସାୟନିକ ପ୍ରତିକ୍ରିୟା ଘଟି ସମୟ କ୍ରମେ ଅଧିକ ବିଷାକ୍ତ ହୋଇଯାଇଥାଏ । ଯଦି ଜଣେ ସ୍ମୋକିଂ କରୁନାହିଁ ମାତ୍ର ଜଣେ ସ୍ମୋକ କରୁଥିବା ବ୍ୟକ୍ତିଙ୍କ ପାଖରେ ବସିଛି, ତେବେ ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକର ହୋଇଥାଏ । ପ୍ୟାସିଭ ସ୍ମୋକିଂର ପ୍ରଭାବ ଗର୍ଭବତୀ ମହିଳା ଓ ଗର୍ଭରେ ବଢ଼ୁଥିବା ଶିଶୁ ଉପରେ ପଡ଼ିଥାଏ ।

ଏକ ରିସର୍ଚ୍ଚ ମୁତାବକ, ପ୍ୟାସିଭ ସ୍ମୋକିଂ କାରଣରୁ ଗର୍ଭରେ ବଢ଼ୁଥିବା ଶିଶୁର ଫୁସଫୁସର ବିକାଶରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ଏହି ଶିଶୁ ଜନ୍ମ ହେବା ପରେ ଶ୍ୱାସ ସମ୍ବନ୍ଧୀୟ ଆଶଙ୍କା ବଢ଼ିଯାଇଥାଏ । ପ୍ୟାସିଭ ସ୍ମୋକିଂ ଛୋଟ ପିଲାଙ୍କର ଇମ୍ୟୁନ ସିଷ୍ଟମକୁ ଦୁର୍ବଳ କରିଥାଏ । ଏହାଫଳରେ ଅସ୍ଥମା, କାନ ସଂକ୍ରମଣ, ବାରମ୍ବାର ରୋଗଗ୍ରସ୍ତ, ନିମୋନିଆ, ପାନକ୍ରିୟାଜ ସମସ୍ୟା, କିଡନୀ ରୋଗ, ମୁହଁ ରୋଗ, ଗଳା ରୋଗ ହେବାର ସମ୍ଭାବନା ରହିଥାଏ ।

Get real time updates directly on you device, subscribe now.