fbpx

ତୁର୍କୀରୁ ଆସିଲା ବଡ଼ ଖବର: ପୁଣି ମାଡ଼ି ଆସିଲା ଭୟଙ୍କର ଭୂକମ୍ପ, କାହିଁକି ପ୍ରକୃତି ବାରମ୍ବାର ଦାଉ ସାଧୁଛି

Advertisement

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପକୁ ନେଇ ସାରା ବିଶ୍ୱବାସୀ ଏବେ ଆଶଙ୍କା ମଧ୍ୟରେ ରହିଛନ୍ତି । ଏହା ମଧ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪୬ ହଜାର ପାର କରିସାରିଲାଣି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ତୁର୍କୀକୁ ଏନଡିଆରଏଫ ଟିମକୁ ପଠାଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଭୂକମ୍ପରେ କିଛି ଭାରତୀୟ ମଧ୍ୟ ପ୍ରାଣ ହରାଇଥିଲେ ।

ତେବେ ଏହା ମଧ୍ୟରେ ଆଜି ତୁର୍କୀରୁ ଆସିଛି ଏକ ବଡ଼ ଖବର । ପୁଣି ତୁର୍କୀରେ ଦେଖିବାକୁ ମିଳିଛି ଭୂକମ୍ପ ଝଟକା । ତୁର୍କୀରେ ରିକ୍ଟର ସ୍କେଲରେ ୬.୪ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ଏହାକୁ ନେଇ ପୁଣି ତୁର୍କୀ ଜନତାଙ୍କ ଆଶଙ୍କା ବଢ଼ିଯାଇଛି । ଲୋକମାନେ ଭୟରେ କେବଳ ଈଶ୍ୱରଙ୍କ ଭରସାରେ ରହିଛନ୍ତି । ତେବେ ଆଜିର ଭୂକମ୍ପରେ କ’ଣ ସବୁ କ୍ଷୟକ୍ଷତି ଘଟିଛି ସେନେଇ କିଛି ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ଆସିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୧୩ ତାରିଖରେ ମଧ୍ୟ ତୁର୍କୀରେ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ଉକ୍ତ ଭୂକମ୍ପ ଝଟକାର ପ୍ରଭାବ ଭାରତର କିଛି ସ୍ଥାନରେ ଦେଖିବାକୁ ମିଳିଥିଲା । ଉକ୍ତ ଭୂକମ୍ପ ପ୍ରଭାବରେ ଇଣ୍ଡିଆନ ଆର୍ମି ହସ୍ପିଟାଲରେ ଫାଟ ସୃଷ୍ଟି ହୋଇଥିଲା । ଏଥିସହିତ ଅନ୍ୟ ସ୍ଥାନରେ ମଧ୍ୟ କ୍ଷୟକ୍ଷତି ଘଟିଥିଲା । ଏହା ପୂର୍ବରୁ ଗତ ୧୧ ତାରିଖରେ ତୁର୍କୀରେ ଜଣେ ଭାରତୀୟ ଯୁବକ ଭୂକମ୍ପ କାରଣରୁ ମୃତ୍ୟୁବରଣ କରିଥିଲେ । ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲାର ବାସିନ୍ଦା ବେଙ୍ଗାଲୁରୁ ସ୍ଥିତ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ବିଜୟ ନାମକ ଉକ୍ତ ଯୁବକ କମ୍ପାନୀ କାର୍ଯ୍ୟରେ ତୁର୍କୀ ଯାଇଥିବା ବେଳେ ତାହା ତାଙ୍କର ଶେଷ ଯାତ୍ରା ଥିଲା ।

Get real time updates directly on you device, subscribe now.