fbpx

ନବ ଦାସଙ୍କୁ ଗୋପାଳ ସିଧାସଳଖ ଗୁଳି କରୁଥିବା ଫଟୋ ଭାଇରାଲ

Advertisement

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ନବ ଦାଙ୍କୁ ଗୁଳି କରାଯିବା ସମୟ କିଛି ଭିଡିଓ ସାମ୍ନାକୁ ଆସିଥିଲେ ବେଳେ ପୋଲିସ ଅଧିକାରୀ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିବା ସମସ୍ତେ କହିଥିଲେ। ଜେରା ବେଳେ ମଧ୍ୟ ସେ ଗୁଳି କରିବା ନେଇ ଗୋପାଳ ସ୍ୱୀକାର କରିଥିବା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ କହିଥିଲା। କିନ୍ତୁ ବର୍ତ୍ତମାନ ଘଟଣା ସମୟର ଏକ ଫଟୋ ଭାଇରାଲ ହେଉଛି। ଏଯଉଁଥିରେ ଗୋପାଳ ଦାସ ନବ ଦାସଙ୍କୁ ଗୁଳି କରୁଥିବା ସ୍ପଷ୍ଟ ଭାବେ ଜଣାପଡୁଛି।

ଏହି ଫଟୋ ସୋମବାର ସନ୍ଧ୍ୟାରେ ଖୁବ୍ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, କିପରି ଗୋପାଲ ନବ ଦାସଙ୍କ ଅତି ନିକଟକୁ ଯାଇ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଥିଲା। ଏହି ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ସାମ୍ନାକୁ ଅସିଛି। ପୁର୍ବରୁ ନବ ଦାସଙ୍କୁ ଗୋପାଳ ଛାତିରେ ଗୁଳି ମାରିଥିବା ଭିଡିଓ ଦେଖିବାକୁ ମିଳିଥିଲା।

ପରେ ତଦନ୍ତ ବେଳେ ଗୋପାଳ ଘଟଣାର ରିକ୍ରିଏସନ ମଧ୍ୟ କରିଥିଲା। ତେବେ ଗୋପାଳ ଦାସ ଗୁଳି କରିଥିବାର ପୁର୍ବରୁ କୋଣସି ଫଟୋ କିମ୍ବା ଭିଡିରେ ସ୍ପଷ୍ଟ ଭାବେ ଜଣା ପଡି ନଥିଲା କିମ୍ବା ଏପରି କିଛି ଦୃଶ୍ୟ ସାମ୍ନାକୁ ଆସି ନଥିଲା। ଏବେ ଏହି ଫଟୋକୁ ଦେଖି ଉତ୍କଣ୍ଠା ବଢୁଥିବା ବେଳେ ନବ ଦାସ ହତ୍ୟା କାଣ୍ଡର ଏହା ଏକ ବଡ଼ ପ୍ରମାଣ ବୋଲିି କୁହାଯାଉଛି।

Get real time updates directly on you device, subscribe now.