fbpx

ତାମ୍ପରାରେ ଲେକ୍ ଭ୍ୟୁ ପାର୍କ ଉଦଘାଟିତ

ଗଞ୍ଜାମ,୧୯ ।୩(ଓଡିଶା ଭାସ୍କର): ଗଞ୍ଜାମ ତାମ୍ପରାରେ ଲେକ୍ ଭ୍ୟୁ ପାର୍କ ଉଦଘାଟିତ ହୋଇଯାଇଛି । ଏହି ପାର୍କକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୮ କୋଟି ଟଙ୍କାରେ ପାର୍କର ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ବିଭାଗ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ ।

ଉଦଘାଟନ ପରେ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରି କହିଛନ୍ତି ଯେ, ‘ଗୋପାଳପୁର ପୋର୍ଟ ନିକଟରେ ଆଇଏନଜି ଟର୍ମିନାଲ ହେବ । ଏହା ଦ୍ୱାରା ପ୍ରତି ଘରକୁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ୍ ଯିବ । ଏହା ଫଳରେ ଲୋକେ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ପାଇବେ । ଏହା ସହ ଗଞ୍ଜାମ ଜିଲ୍ଲାରେ ହେବ ଅଏଲ୍ ଡିପୋ ।’

Get real time updates directly on you device, subscribe now.