fbpx

ନୂଆ ବର୍ଷରୁ ଉଭାନ ହୋଇଯିବ ଅଶୁଭ ଶକ୍ତି: କରନ୍ତୁ ଲାଲ ପୁସ୍ତକରେ ଲେଖାଥିବା ଏହି ଉପାୟ, ଶନି ଦେବ ବି କରିବେନି କ୍ରୋଧ

ଜୀବନକୁ ସୁଖମୟ କରିବା ପାଇଁ ‘ଲାଲ ବହି’ରେ ଅନେକ ଉପାୟ ଉଲ୍ଲେଖ କରାଯାଇଛି । ଏପରିକି ଜନ୍ମ କୁଣ୍ଡଳୀରେ ମଧ୍ୟ ଯଦି ଶନି ପ୍ରବେଶ କରିଛନ୍ତି ତେବେ ତାହାର ମଧ୍ୟ ପ୍ରତିମାର ଏଥିରେ ଲେଖାଯାଇଛି । ଶନି ଦେବଙ୍କର ସାଢ଼େ ସାତି ପ୍ରଭାବ ବ୍ୟକ୍ତିର ଜୀବନରେ ଅନେକ ଖରାପ ପ୍ରଭାବ ପକାଇପାରେ । ତେବେ ଏପରି ସ୍ଥିତିରେ ଏଥିରୁ ବଞ୍ଚିବା ପାଇଁ ଏହି ଲାଲ ବହିରେ ଅନେକ ଉପାୟ ଉଲ୍ଲେଖ କରାଯାଇଛି । ପ୍ରତ୍ୟେକ ଜନ୍ମକୁଣ୍ଡଳୀରେ ୧୨ଟି ଘର ଥାଏ । ତେବେ ଶନି ଯେଉଁ ଘରେ ପ୍ରବେଶ କରିଥାନ୍ତି ସେହି ଘରର ଉପାୟ କରିବା ଦ୍ୱାରା ଶନି ଶୁଭ ଫଳ ପ୍ରଦାନ କରିଥାନ୍ତି ।

– ଲାଲ ବହି ଅନୁଯାୟୀ, ଯଦି ଶନିଙ୍କ ପ୍ରଭାବ ପ୍ରଥମ ଘରେ ରହିଛି ତେବେ ବ୍ୟକ୍ତିଙ୍କୁ ନିଜ ଘରର ମାଟି ତଳେ କଳା ପୋତିବା ଉଚିତ । ଏହା ସହିତ ବରଗଛର ଚେର ସହିତ କ୍ଷୀର ମିଶାଇ ମାଟି ସହିତ ତିଳକ ଲଗାନ୍ତୁ ।

– ଦ୍ୱିତୀୟ ଘରେ ଥିବା ସମୟରେ ଆପଣ ମଦ୍ୟପାନ ଏବଂ ନିଶା ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଜୁଆ ଖେଳନ୍ତୁ ନାହିଁ ଏବଂ ଯଦି ସମ୍ଭବ ସାପୁଆ ଠାରୁ ସାପକୁ ମୁକ୍ତ କରନ୍ତୁ ।

– ତୃତୀୟ ଘରେ ଶନି ଥିବା ସମୟରେ ସ୍ୱାସ୍ଥ୍ୟ ସୁଖ ପାଇଁ ଘରେ ସୂର୍ଯ୍ୟ କିରଣ ପ୍ରବେଶ କରିବାକୁ ଦିଅନ୍ତୁ । ଘରେ ଉପଯୁକ୍ତ ସୂର୍ଯ୍ୟ କିରଣ ପଡ଼ିବା ଦ୍ୱାରା ରୋଗ ଶୋକ ଆଦି ଦୂର ହୋଇଥାଏ ।

– ଶନି ଚତୁର୍ଥ ଘରେ ଥିବା ସମୟରେ ଆପଣ ଅନେକ ସୁଖରୁ ବଞ୍ଚିତ ରହିପାରନ୍ତି । ତେବେ ଏହି ସମୟରେ ଶନିବାର ଦିନ ଦାନ ନିଶ୍ଚିତ ଭାବରେ କରନ୍ତୁ । ରାତିରେ କ୍ଷୀର ସେବନ ନକରିବା ସହିତ ମାଛକୁ ଦାନା ଦିଅନ୍ତୁ ।

– ପଞ୍ଚମ ଘରେ ଶନି ପ୍ରବେଶ କରିବା ପରେ ବ୍ୟକ୍ତିଙ୍କୁ ୮ଟି ବାଦାମ ମନ୍ଦିରରେ ଭୋଗ କରନ୍ତୁ ଏବଂ ସେତିରୁ ୪ଟି ବାଦାମ ଘରକୁ ଆଣନ୍ତୁ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ଆସିଥାଏ ।

– ଷଷ୍ଠ ଗୃହରେ ପ୍ରବେଶ କରିବା ପରେ ଜଳରେ ନଡ଼ିଆ ଭସାଇ ଦିଅନ୍ତୁ ଏବଂ କଳା ଗାଈକୁ କିମ୍ବା କଳା କୁକୁରକୁ ଖାଇବାକୁ ଦେବା ସହିତ ସେବା କରନ୍ତୁ ।

– ଶନି ସପ୍ତମ ଗୃହରେ ପ୍ରବେଶ କରିବା ପରେ ବଂଶୀରେ ଚିନି ଭରି ଏହାକୁ ବଜାଇବା ଦ୍ୱାରା ଲାଭ ମିଳିଥାଏ ।

– ନବମ ଗୃହରେ ଶନିଙ୍କର ପ୍ରବେଶ ପରେ ପୁରୁଣା କାଠ, ପୁରୁଣା ଜିନିଷ ସବୁ ଘରୁ ବାହାର କରିଦିଅନ୍ତୁ ।

– ଦଶମ ଗୃହରେ ଶନି ପ୍ରବେଶ କଲେ ଘରେ ସବୁବେଳେ ପିତ୍ତଳ ବାସନରେ ଜଳ ଭର୍ତ୍ତି କରି ରଖନ୍ତୁ ।

– ଏକାଦଶ ଗୃହରେ ଶନି ପ୍ରେବେଶ କଲେ ସୋରିଷ ତେଲରେ ଦୀପ ଜଳାଇବା ସହିତ ଭୈରବୀଙ୍କର ଆଳତୀ କରନ୍ତୁ । ଲାଭ ମିଳିବ ।

– ଦ୍ୱାଦଶ ଗୃହରେ ଶନିଙ୍କର ପ୍ରବେଶ ହେଲେ ଘରର ସମସ୍ତ କବାଟ ଏକା ସାଙ୍ଗରେ ଖୋଲା ରଖନ୍ତୁ ନାହିଁ । ଏହା ସହିତ ଖଟ ତଳେ ଲୁହାର ଯେକୌଣସି ବସ୍ତୁ ନିଶ୍ଚିତ ଭାବରେ ରଖନ୍ତୁ ।

Get real time updates directly on you device, subscribe now.