fbpx

ଲ୍ୟାଣ୍ଡଫଲ କଲା ବାତ୍ୟା ନିସର୍ଗ

ନୂଆଦିଲ୍ଲୀ, ୩ା୬: ଲ୍ୟାଣ୍ଡଫଲ କରିଛି କରିଛି ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିସର୍ଗ । ଏବେ ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ଆଲିବାଗ ଅଞ୍ଚଳରେ ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ କରିଥିବା ସୂଚନା ରହିଛି । ଆଗାମୀ ୨ଘଣ୍ଟା ଭିତରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ କରିଥିବା ସ୍ଥାନରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି । ଲ୍ୟାଣ୍ଡଫଲ ପରେ ମଧ୍ୟ ୬ଘଣ୍ଟା ଯାଏଁ ସେଠାରେ ପ୍ରଭାବ ରହିବ । ଏହାସହ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୬୦ରୁ ୭୦କିମି ବେଗରେ ପବନ ବହିବା ଆଶଙ୍କା ରହିଛି ।

Get real time updates directly on you device, subscribe now.