fbpx

ବୋହୂର ଭଡ଼ାଟିଆଙ୍କ ସହ ଥିଲା ପାପ ସମ୍ପର୍କ, ଶ୍ୱଶୁର ରାଗରେ ଆସି ବୋହୂ ସମେତ ୪ଜଣଙ୍କୁ କଲା ବିଭତ୍ସ ହତ୍ୟା

ନୂଆଦିଲ୍ଲୀ: କାଳ ହେଲା ପାପ ସମ୍ପର୍କ । ଭଡ଼ାଟିଆଙ୍କ ସହିତ ବୋହୂର ଅନୈତିକ ସମ୍ପର୍କ ନେଇ ଶ୍ୱଶୁର ସନ୍ଦେହ କରିଥିଲେ । ଏହାପରେ ବୋହୂ ସମେତ ୪ଜଣ ଭଡ଼ାଟିଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଶ୍ୱଶୁର । ମୃତକଙ୍କ ମଧ୍ୟରେ ୨ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ରହିଛନ୍ତି । ଏହିଭଳି ଏକ ଘଟଣା ଘଟିଛି ଗୁରୁଗ୍ରାମରେ । ତେବେ ଏହି ହତ୍ୟା କରିବା ପରେ ଘର ମାଲିକ ଥାନାରେ ଆତ୍ମ ସମର୍ପଣ କରିଛନ୍ତି।

ସୂଚନା ଅନୁଯାୟୀ, ଗୁରୁଗ୍ରାମ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଭଡ଼ାଟିଆ ସହ ବୋହୂର ଅନୈତିକ ସମ୍ପର୍କ ସନ୍ଦେହ କରି ଜଣେ ଘର ମାଲିକ ବର୍ବର ହତ୍ୟାକାଣ୍ଡ ଘଟାଇଛନ୍ତି । ଘର ମାଲିକ ଜଣଙ୍କ ତାଙ୍କ ବୋହୂ, ଭଡାଟିଆ, ଭଡାଟିଆର ସ୍ତ୍ରୀ ଓ ଜଣେ ପିଲାକୁ ନୃଶଂସ ଭାବରେ ହତ୍ୟା କରିଛନ୍ତି। ଖାଲି ସେତିକି ନୂହେଁ, ଏମାନଙ୍କ ବ୍ୟତୀତ ଘର ମାଲିକଙ୍କ ଆକ୍ରମଣରେ ଭଡାଟିଆର ଆଉ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଏହି ହତ୍ୟାକାଣ୍ଡ ପରେ ଘର ମାଲିକ ନିଜେ ଗୁରୁଗ୍ରାମ ରାଜେନ୍ଦ୍ର ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ହତ୍ୟାକାରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଡିସିପି କହିଛନ୍ତି ଯେ, ଗୋଟିଏ ଘରୁ ୪ଟି ମୃତଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟ ଜଣେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Get real time updates directly on you device, subscribe now.