fbpx

ମାଲକାନଗିରି ଘାଟିରେ ଭୁସ୍କଳନ : ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୧୫ରୁ ଅଧିକ ଗ୍ରାମ

ମାଲକାନଗିରି : ମାଲକାନଗିରିର ବାୟାପଡ଼ା ଘାଟିରେ ଭୁସ୍କଳନ ହୋଇଛି । ଏହି ଭୁସ୍କଳନରେ ମାଟି ଧସି ହୋଇଯାଇଛି । ଏହାଫଳରେ ବାହ୍ୟ ଜଗତରୁ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ପଞ୍ଚାୟତର ୧୫ରୁ ଅଧିକ ଗ୍ରାମ ବିଚ୍ଛିନ୍ନ ହୋଇଯାଇଛି ।

ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାରେ ପ୍ରଅୟ ତିନି ହେବ ବର୍ଷା ଲାଗି ରହିଛି । ଏଥିଯୋଗୁଁ ପୋଲଗୁଡ଼ିକ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି । ଏନେଇ ଲୋକଙ୍କର ଯାତାୟତ ବାଧାପ୍ରପ୍ତ ହୋଇଛି । ଆଜି ସକାଳ ସମୟରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ନାକାମାମୁଡ଼ି ପଞ୍ଚାୟତର ବାୟାପଡ଼ାରେ ଥିବା ଘାଟିରେ ଭୁସ୍କଳନ ହୋଇଛି । ଏହାଫଳରେ ପଞ୍ଚାୟତର ୧୫ରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

Get real time updates directly on you device, subscribe now.