fbpx

ହୋଲି ମହୋତ୍ସବ ବେଳେ ଘଟିଲା ଭୂସ୍ଖଳନ; ୨ ମୃତ, ୭ ଗୁରୁତର

ଉନା: ହିମାଚଳ ପ୍ରଦେଶରେ ହୋଲିରେ ଅର୍ଥାତ୍ ଆଜି ସକାଳୁ ବଡ ଅଘଟଣ ଘଟିଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ହୋଲି ମହୋତ୍ସବ ଚାଲିଥିବା ବେଳେ ଭୂସ୍ଖଳନ ଘଟିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଏହା ବ୍ୟତିତ ଅନ୍ୟ ୭ଜଣ ଗୁରୁତର ହୋଇଛନ୍ତି । ସୋମବାର ଉନା ଜିଲ୍ଲା ଉପମଣ୍ଡଳ ଅମ୍ବ ଅଞ୍ଚଳରେ ହୋଲିକୁ ନେଇ ଉତ୍ସବ ମୁଖର ଥିଲା । ସକାଳ ସମୟରେ ହଠାତ୍ ଏଠାରେ ଭୂସ୍ଖଳନ ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ୩ ଜଣ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ୨ ମୃତଦେହକୁ ଜବତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ପ୍ରକୃତ ଘଟଣା ହେଉଛି ସୋମବାର ଅର୍ଥାତ୍ ଆଜି ଭୋର ୫ଟା ସମୟରେ ଅମ୍ବ ଅଞ୍ଚଳର ମେଡି ମେଳା ସେକ୍ଟର ୫ ଅଞ୍ଚଳରେ ଥିବା ଚରଣ ଗଙ୍ଗା ପବିତ୍ର ଝରଣାରେ ଶ୍ରଦ୍ଧାଳୁ ସ୍ନାନ କରୁଥିଲେ । ଏହି ସମୟରେ ଅଚାନକ ପାହାଡରୁ ପଥର ଖସିବାକୁ ଲାଗିଥିଲା । ଏହା ଦେଖିବା ପରେ ଶ୍ରଦ୍ଧାଳୁ ଭୟରେ ଦୌଡିବା ଆରମ୍ଭ କରିଥିଲେ । ଏହି ସମୟରେ ଦଳାଚକଟାରେ ୯ ଜଣ ଶ୍ରଦ୍ଧାଳୁ ଗୁରୁତର ହୋଇପଡିଥିଲେ । ସମସ୍ତଙ୍କୁ ଚିକିତ୍ସା ଲାଗି ଅମ୍ବ ହସ୍ପିଟାଲ ଅଣାଯାଇଥିଲା । କିନ୍ତୁ ସେଠାରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍‌କୁ ଅଧିକ ଚିକିତ୍ସା ଲାଗି ଜିଲ୍ଲା ହସ୍ପିଟାଲ ରେଫର କରାଯାଇଛି ।

Get real time updates directly on you device, subscribe now.