fbpx

ଏହି ଶ୍ରେଣୀର ସିଲାବସରେ ପରିବର୍ତ୍ତନ କଲା NCERT, ଏଥର ପୁରୁଣା ନୁହେଁ ନୂଆ ପୁସ୍ତକ ପଢ଼ିବେ ପିଲା

ଓଡ଼ିଶା ଭାସ୍କର: NCERT ତୃତୀୟ ଶ୍ରେଣୀ ଏବଂ ଷଷ୍ଠ ଶ୍ରେଣୀର ସିଲାବସ୍ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏକାଡେମିକ୍ ଅଧିବେଶନ ୨୦୨୪-୨୫ ପାଇଁ ଏହି ନୂତନ ସିଲାବସ୍ ଏପ୍ରିଲ ୧ ତାରିଖରୁ ଲାଗୁ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (CBSE) ଅଧିକାରୀଙ୍କ ସୂଚନାନୁଯାୟୀ ୩ୟ ଶ୍ରେଣୀ ଏବଂ ୬ଷ୍ଠ ଶ୍ରେଣୀର ସିଲାବସ୍ ବ୍ୟତୀତ ଅନ୍ୟ ଶ୍ରେଣୀର ସିଲାବସରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ CBSE ଅନୁବନ୍ଧିତ ସ୍କୁଲଗୁଡ଼ିକୁ ଚିଠି ପଠାଇଛି । ଏଥିରେ ଉଲ୍ଲେଖ ରହିଛି ଯେ NCERT ନୂତନ ସିଲାବସ୍ ଏବଂ ପୁସ୍ତକ ଉପରେ କାର୍ଯ୍ୟ କରୁଛି ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଅନୁବନ୍ଧିତ ସ୍କୁଲଗୁଡ଼ିକୁ ଏକ ଚିଠି ମାଧ୍ୟମରେ ଦର୍ଶାଇଛି ଯେ ରାଷ୍ଟ୍ରିୟ ଶିକ୍ଷା ନୀତି ୨୦୨୦ ଅଧୀନରେ ବିଦ୍ୟାଳୟ ଶିକ୍ଷା ପାଇଁ ନୂତନ ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା ୨୦୨୩ ଅନୁଯାୟୀ NCERT ବିଦ୍ୟାଳୟ ପାଇଁ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପ୍ରକ୍ରିଆରେ ଅଛି । ବିଦ୍ୟାଳୟଗୁଡ଼ିକୁ NCF recommendations ଅନୁସରଣ କରିବାକୁ ପଡ଼ିବ । ଏହା ସହ ବହୁଭାଷାବାଦ(multilingualism), କଳା-ସମନ୍ୱିତ ଶିକ୍ଷଣ, ଅଭିଜ୍ଞତାମୂଳକ ଶିକ୍ଷା ଏବଂ ଶିକ୍ଷାଗତ ଯୋଜନା ଭଳି ପଦ୍ଧତିକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛି । CBSEର ନିର୍ଦ୍ଦେଶକ(ଏକାଡେମିକ୍‌) ଜୋସେଫ୍ ଇମାନୁଏଲ କହିଛନ୍ତି ଯେ ତୃତୀୟ ଶ୍ରେଣୀ ଏବଂ ଷଷ୍ଠ ଶ୍ରେଣୀ ପାଇଁ ନୂତନ ପୁସ୍ତକ ଗ୍ରହଣ କରିବା ପାଇଁ ସ୍କୁଲଗୁଡ଼ିକୁ ପରାମର୍ଶ ଦିଆଯାଇଛି । NCERTରୁ ସାମଗ୍ରୀ ମିଳିବା ପରେ ସମସ୍ତ ବିଦ୍ୟାଳୟକୁ ଅନଲାଇନ୍ ମାଧ୍ୟମରେ ପାଠ୍ୟକ୍ରମ ପଠାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି(NEP)-୨୦୨୦ରେ ଧାର୍ଯ୍ୟ କରାଯାଇଥିବା ନୂତନ ଶିକ୍ଷାଦାନର ଉପାୟ ବିଷୟରେ ଅବଗତ କରାଇବା ପାଇଁ ସିବିଏସଇ ସ୍କୁଲ ମୁଖ୍ୟ ଏବଂ ଶିକ୍ଷକମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବ । ତେବେ ୧୮ ବର୍ଷ ପରେ ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା(NCF)ରେ ସଂଶୋଧନ କରିବା ବେଳେ ଗତ ବର୍ଷ ଏହି ପରିବର୍ତ୍ତନ ବିଷୟରେ ସୂଚିତ କରିଥିଲା । ଏହା ପୂର୍ବରୁ NCF ୪ ଥର ଯଥା ୧୯୭୫, ୧୯୮୮, ୨୦୦୦ ଏବଂ ୨୦୦୫ରେ ଏଥିରେ ସଂଶୋଧନ କରିଥିଲା ।

ଏହା ପୂର୍ବରୁ ୨୦୨୨ରେ କେଭିଡ ମହାମାରୀକୁ ଦୃଷ୍ଟିରେ ରଖି NCERT ଛାତ୍ରଛାତ୍ରୀଙ୍କ ଉପରେ ପାଠର ବୋଝକୁ ହାଲୁକା କରିବା ପାଇଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ rationalised କରିଥିଲା । ଗତ ବର୍ଷ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ପରିବର୍ତ୍ତନ ସ୍ୱରୂପ ମୁଗଲ ଶାସକ, ୨୦୦୨ ଗୁଜରାଟ ଦଙ୍ଗା, ଶୀତ ଯୁଦ୍ଧ ଏବଂ Emergency and periodic table ଅଧ୍ୟାୟଗୁଡ଼ିକୁ ହଟାଇଥିଲା NCERT ।

 

 

 

 

Get real time updates directly on you device, subscribe now.