fbpx

(Video) ରୋହିତଙ୍କୁ ନିଜ ଇସାରାରେ ନଚାଇଲେ କ୍ୟାପଟେନ୍ ହାର୍ଦ୍ଦିକ: ମାମଲା ଦେଖି ରାଗିଗଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଗୁଜୁରାଟ ବିପକ୍ଷ ମ୍ୟାଚରେ ୬ ରନରେ ପରାଜୟର ସାମନା କରିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ପରାଜୟ ଅପେକ୍ଷା କ୍ୟାପଟେନ୍ ହାର୍ଦ୍ଦିକଙ୍କର କିଛି କାରନାମା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ପାଣ୍ଡ୍ୟାଙ୍କର କିଛି କାର୍ଯ୍ୟ ପାଇଁ ଏବେ ସେ ଟ୍ରୋଲର ଶିକାର ହୋଇଛନ୍ତି । ଏହାବ୍ୟତୀତ ତାଙ୍କର କିଛି ନିଷ୍ପତ୍ତି ମଧ୍ୟ ଆଲୋଚନାର ବିଷୟ ପାଲଟିଛି । ବିଶେଷ କରି ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ସେ ତାଙ୍କ ଇଚ୍ଚା ଅନୁସାରେ ଫିଲ୍ଡ ସେଟିଙ୍ଗ କରାଉଥିବା ଘଟଣା ଫ୍ୟାନ୍ସମାନଙ୍କୁ ଖୁବ ଆଘାତ ଦେଇଛି । ଯାହାର ଭିଡିଓ ଭାଇରାଲହେବା ସହ ଏହାକୁ ନେଇ ହାର୍ଦ୍ଦିକ ଖୁବ ଟ୍ରୋଲ ହେଉଛନ୍ତି ।

ଗୁଜୁରାଟ-ମୁମ୍ବାଇ ମ୍ୟାଚ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫିଲ୍ଡ ସେଟିଙ୍ଗ କରୁଛନ୍ତି । ତେବେ ଏହା ମଧ୍ୟରେ ସେ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଫିଲ୍ଡ ପୋଜିସନ୍ ମଧ୍ୟ ଚେଞ୍ଜ କରାଇଛନ୍ତି । କିନ୍ତୁ ଏହି ସମୟରେ ରୋହିତଙ୍କୁ ଯେଉଁଭଳି ଢଙ୍ଗରେ ହାର୍ଦ୍ଦିକ ଇସାରା କରିଛନ୍ତି, ତାହାକୁ ନେଇ ଫ୍ୟାନ୍ସ ଖୁବ ନାରାଜ ହୋଇଛନ୍ତି । ଭିଡିଓରେ ଦେଖାଯାଇଛି ଯେ, ରୋହିତ ୩୦ ୟାର୍ଡ ସର୍କଲ ଭିତରେ ରହିଥିବା ବେଳେ ହାର୍ଦ୍ଦିକ ତାଙ୍କୁ ବାଉଣ୍ଡ୍ରି ନିକଟରେ ରହିବା ପାଇଁ କହିଥିଲେ । ଏହାପରେ ରୋହିତ ନିଜ ଫିଲ୍ଡିଂ ପୋଜିସନରେ ପହଞ୍ଚିଥିଲେ, କିନ୍ତୁ ହାର୍ଦ୍ଦିକ ପୁଣିଥରେ ତାଙ୍କୁ ପୋଜିସନ୍ ଚେଞ୍ଜ କରିବା ପାଇଁ ଇସାରା କରିଥିଲେ । ସେପଟେ ପୂର୍ବ ଅଧିନାୟକ ରୋହିତ ମଧ୍ୟ ନିଜ ଅଧିନାୟକଙ୍କ ଅନୁସାରେ ଫିଲ୍ଡିଂ କରୁଥିବାର ଦେଖାଯାଇଛି । ତେବେ ହାର୍ଦ୍ଦିକଙ୍କର ଏହି ଇସାରା ଫ୍ୟାନ୍ସମାନଙ୍କୁ ଶକ୍ତ ଝଟକା ଦେଇଛି । ତେଣୁ ହାର୍ଦ୍ଦିକଙ୍କୁ ରୋହିତ ଫ୍ୟାନ୍ସ ଏବଂ କ୍ରୀଡ଼ାପ୍ରେମୀ ଏଥିପାଇଁ ଟ୍ରୋଲ ମଧ୍ୟ କରିଛନ୍ତି । ତେବେ ମ୍ୟାଚ ପରେ ହାର୍ଦ୍ଦିକ ରୋହିତଙ୍କୁ କୁଣ୍ଢାଇ ମସ୍ତି କରୁଥିବା ବେଳେ ପୂର୍ବତନ ଅଧିନାୟକ ମଧ୍ୟ ପାଣ୍ଡ୍ୟାଙ୍କୁ କିଛି ପରାମର୍ଶ ଦେଇଛନ୍ତି ।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଗୁଜୁରାଟ ୨୦ ଓଭରରେ ୬ ୱିକେଟ୍ ହରାଇ୧୬୮ ରନ୍ ସଂଗ୍ରହ କରିଥିଲା । ତେବେ ୧୬୯ ରନର ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ମାତ୍ର ୧୬୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇପାରିଛି। ଏକ ସମୟରେ ମୁମ୍ବାଇ ଦଳ ବିଜୟର ନିକଟତର ଥିବା ବେଳେ ଗୁଜୁରାଟର ବୋଲର ଚମତ୍କାର ବୋଲିଂ କରି ମ୍ୟାଚରେ କମବ୍ୟାକ କରିବାରେ ସଫଳ ହୋଇଛନ୍ତି ଯାହାଫଳରେ ଆଇପିଏଲ-୨୦୨୨୪ର ପ୍ରଥମ ମ୍ୟାଚରେ ପୂର୍ବତନ ଅଧିନାୟକଙ୍କୁ ୬ ରନରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ। ଶୁବମନ ଗିଲ ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକ ଭାବରେ ଦାୟିତ୍ୱ ନେଇ ବିଜୟ ହାସଲ କରିଛନ୍ତି । ତେବେ ୪୫ ରନର ଦମଦାର ଇନିଂସ ପାଇଁ ଗୁଜରାଟର ଷ୍ଟାର ବ୍ୟାଟର ସାଇ ସୁଦର୍ଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି।

Get real time updates directly on you device, subscribe now.