fbpx

ହୋଲି ପାଇଁ SnapChatର ନୂତନ ଫିଚର, ଜାଣନ୍ତୁ କେମିତି କରିବେ ବ୍ୟବହାର ?

ଓଡ଼ିଶା ଭାସ୍କର: ସବୁଆଡ଼େ ଏବେ ହୋଲିର ମାହୋଲ । ସମସ୍ତଙ୍କ ମନରେ ଭରି ଦେଇଛି ଉତ୍ସାହ । ଅଧିକାଂଶ ଲୋକ ରଂଗର ଏହି ପର୍ବକୁ ନିଜ ପରିବାର ଓ ସାଙ୍ଗସାଥିଙ୍କ ସହ ଉପଭୋଗ କରିବେ । କିନ୍ତୁ ଏମିତି ବି କିଛି ଲୋକ ଆଛନ୍ତି ଯେଉଁମାନେ ଏହି ପର୍ବ ସମୟରେ ସେମାନଙ୍କ ପ୍ରିୟଜନଙ୍କ ଠାରୁ ଦୂରରେ ଅଛନ୍ତି । ତେବେ ମନ ଦୁଃଖ କରନ୍ତୁ ନାହିଁ । ଆପଣମାନେ ବି ଏବେ ହୋଲିର ମଜା ଉଠାଇପାରିବେ । ଏଥିପାଇଁ SnapChat ଆଣିଦେଇଛି ଏକ ସ୍ପେସାଲ ଫିଚର -AR Pichkari ଲେନ୍ସ । AR Pichkari ଲେନ୍ସ ମାଧ୍ୟମରେ SnapChat ବ୍ୟବହାରକାରୀମାନେ ସେମାନଙ୍କ ପରିବାର ଓ ସାଙ୍ଗସାଥିଙ୍କ ସହ ଭର୍ଚୁଆଲ ହୋଲି ଖେଳିପାରିବେ । ସୋସିଆଲ ମିଡ଼ିଆ ଆପ୍ SnapChat ପାଇଁ ଏହି ଫିଚର ଡିଜାଇନ୍ କରିଛି Ronin Labs । ତେବେ ଆସନ୍ତୁ ଜାଣିବା କିପରି ବ୍ୟବହାର କରିବେ ଏହି AR Pichkari ।

୧. ପ୍ରଥମେ ସ୍ମାର୍ଟଫୋନରେ SnapChat ଆପ୍ ଡାଉନଲୋଡ୍ କରନ୍ତୁ । ଏହା ପରେ ସର୍ଚ୍ଚ ଅପସନକୁ ଯାଇ AR Pichkari ଫିଚର ଉପରେ କ୍ଲିକ୍ କରନ୍ତୁ ।

୨. ଏହା ପରେ ସ୍କ୍ରିନ୍ ମଝିରେ ଥିବା କ୍ୟାମେରା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

୩. କ୍ୟାମେରାକୁ ସାଙ୍ଗମାନଙ୍କ ପଟକୁ ପଏଣ୍ଟ(ଟାର୍ଗେଟ) କରନ୍ତୁ ।

୪. ଏହା ପରେ ରଂଗରେ ଭରା ଥିବା ଭର୍ଚୁଆଲ ପିଚକାରୀ ସେମାନେଙ୍କ ଉପେର ସ୍ପ୍ରେ କରନ୍ତୁ ।

ଏହା ପୂର୍ବରୁ SnapChat ଅଭିଭାବକଙ୍କ ପାଇଁ ଏକ ସ୍ପେସାଲ ଟୁଲ୍ ଯୋଡ଼ିଥିଲା । ଏହା ଏକ ପେରେଣ୍ଟ କଣ୍ଟ୍ରୋଲ ଟୁଲ୍ । ଏହି ଫିଚର ମାଧ୍ୟମରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ଉପରେ ନଜର ରଖିପାରିବେ । ଏହା ପୂର୍ବରୁ SnapChatରେ ଅନେକ AI ଫିଚର ଯୋଡ଼ି ହୋଇଛି । SnapChatରେ ଏହି AI ଟୁଲ୍ ମାଧ୍ୟମରେ ଇମେଜ୍ କ୍ରିଏସନ୍ ଠାରୁ ଆରମ୍ଭ କରି କବିତା ଲେଖିବା ପର୍ଯ୍ୟନ୍ତ ସାହାଯ୍ୟ କରିଥାଏ । ଏହା ୟୁଜର୍ସଙ୍କ ମେସେଜର ରିପ୍ଲାଇ ମଧ୍ୟ କରିପାରେ । ପ୍ରଥମେ ଏହି ଫିଚର ପ୍ରାଇମ୍ ୟୁଜରଙ୍କ ପାଇଁ ଥିଲା । ବର୍ତ୍ତମାନ ଏହି ଫିଚରକୁ ସମସ୍ତେ ବ୍ୟବହାର କରିପାରିବେ ।

 

Get real time updates directly on you device, subscribe now.