fbpx

ଭାରତର ନୀଳଗିରି ପାହାଡ ଭିତରେ ନିର୍ମାଣ ଚାଲିଛି ଗୁପ୍ତ ସୁଡଙ୍ଗ, ଜାଣନ୍ତୁ କାହିଁକି

ଗୋଟିଏ ପଟେ ସାରା ଦେଶ କରୋନା ସଙ୍କଟରେ ଥିବାବେଳେ ନୀଳଗିରି ପାହାଡ ଭିତରେ ରହସ୍ୟମୟ ସୁଡ଼ଙ୍ଗ ନିର୍ମାଣ କରୁଛି ଭାରତ । ଦେଢ଼ କିଲୋମିଟର ଲମ୍ବା ଏହି ସୁଡ଼ଙ୍ଗରେ କାହିଁକି ଖୋଦେଇ ଚାଲିଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଏହି ରହସ୍ୟମୟ ସୁଡ଼ଙ୍ଗ ଭବିଷ୍ୟତରେ ବିପଦଜ୍ଜନକ ନହେଉ ବୋଲି ଲୋକେ ଛାନିଆ । ଏନେଇ ସେମାନେ ଅଦାଲତର ଦ୍ଵାରସ୍ଥ ହେବା ସହ ସରକାରଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି ।

ଖବର ମୁତାବକ, ଏହି ସୁଡଙ୍ଗ ତାମିଲନାଡୁର ଥେନି ଜିଲ୍ଲାରେ ଅଛି । ସ୍ୱିଜରଲାଣ୍ଡର ସାଇଣ୍ଟିଫିକ୍ ସୁଡ଼ଙ୍ଗ ଭଳି ଏହାର ନିର୍ମାଣ ହେବ । ଭାରତରେ ନିର୍ମାଣ ହେଉଥିବା ସୁଡ଼ଙ୍ଗରେ ବିଶ୍ୱର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ଚୁମ୍ବକ ଲଗାଯିବ, ଯାହାର ଓଜନ ୧୨.୫୦୦ଟନ୍ । ଏହି ପ୍ରକଳ୍ପରେ ଯେଉଁ ନ୍ୟୁଟ୍ରିନୋ ପାର୍ଟିକଲ୍ ନାଁ ଅନୁସାରେ କାମ କରାଯିବ, ଲୋକେ ତାହାକୁ କିଲର ପାର୍ଟିକଲ୍ କହୁଛନ୍ତି । ଲୋକମାନେ ଭୟ କରୁଛନ୍ତି ଯେ ଯେତେବେଳେ ଏହି ଲ୍ୟାବ ଆରମ୍ଭ ହେବ, ଏହା ସେହି ଅଞ୍ଚଳକୁ ନଷ୍ଟ କରିଦେବ । ନ୍ୟୁଟ୍ରିନୋ ସେହି ମୂଳ କଣ ମଧ୍ୟରେ ଗୋଟିଏ ଯାହା ଦ୍ବାରା ବ୍ରହ୍ମାଣ୍ଡର ରଚନା ହୋଇଛି। ଏହା ସବୁଠି ବିଚରଣ କରିଥାଏ। ଏହା ଅତ୍ୟନ୍ତ ସୂକ୍ଷ୍ମ ହୋଇଥାଏ ଏବଂ ଏଗୁଡ଼ିକୁ ଆଖିରେ ଦେଖାଯାଏ ନାହିଁ। ନାଭିକୀୟ ପ୍ରତିକ୍ରିୟା ହେଲେ ଏହା ଦେଖାଯାଇଥାଏ। ଏହି ନ୍ୟୁଟ୍ରିନୋ ସୂର୍ଯ୍ୟ,ତାରା ଏବଂ ବ୍ରହ୍ମାଣ୍ଡର ସକ୍ରିୟ ସୌର ଗଙ୍ଗାରୁ ବାହାରି ପୃଥିବୀପୃଷ୍ଠକୁ ପହଞ୍ଚିଥାଆନ୍ତି । ତେବେ୧୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଭାରତର ଏହି ପ୍ରକଳ୍ପ ବୈଜ୍ଞାନିକଙ୍କ ପ୍ରୟୋଗ ପାଇଁ ନିର୍ମାଣ କରାଯିବ।

Get real time updates directly on you device, subscribe now.