fbpx

ଲସ୍କର ଆତଙ୍କବାଦୀକୁ କରାଚୀରେ ହତ୍ୟା: ଭାରତରେ ଏକାଧିକ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ପୁଣି ଏକ ଭାରତର ଶତ୍ରୁ ନିପାତ ହୋଇଛି । ପାକିସ୍ତାନର କରାଚୀରେ ପୁଣି ଏକ ଲସ୍କର-ଏ-ତୋଏବାର ଆତଙ୍କବାଦୀକୁ ହତ୍ୟା କରାଯାଇଛି । ନିହତ ହୋଇଥିବା ଲସ୍କର ଆତଙ୍କବାଦୀ ଭାରତରେ ଏକାଧିକ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ରହିଥିଲା । ଏହା ପୂର୍ବରୁ ମଧ୍ୟ କିଛି ଆତଙ୍କବାଦୀଙ୍କୁ ଅଜ୍ଞାତ ଯୁବକମାନେ ହତ୍ୟା କରିଥିଲେ ।

ସୂଚନା ମୁତାବକ, ଲସ୍କର ଆତଙ୍କବାଦୀ ଆଦନାନ ଅହମଦ ହାଞ୍ଜଲାକୁ କରାଚୀରେ ହତ୍ୟା କରାଯାଇଛି । ହାଞ୍ଜଲା ୨୦୨୬ରେ ପମ୍ପୋର ସିଆରପିଏଫ ଟିମ୍ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲଶ । ସେହି ଆକ୍ରମଣରେ ୮ ଜଣ ଯବାନ ସହିଦ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିଲେ । ସେହିପରି ୨୦୧୫ରେ ଜମ୍ମୁର ଉଧମପୁର ବିଏସଏଫ ଟିମ୍ ଉପରେ ଆକ୍ରମଣ କରାଯାଇଥିଲା । ସେହି ଆକ୍ରମଣରେ ୨ ଜଣ ଯବାନ ସହିତ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ । ହାଞ୍ଜଲା ଏହି ଦୁଇ ଆକ୍ରମଣର ମାଷ୍ଟରମାଇଣ୍ଡ ରହିଥିଲା ।

ଏହି ଦୁଇ ଆକ୍ରମଣ ଘଟଣାରେ ହାଞ୍ଜଲା ପାକିସ୍ତାନରେ ରହି ଆତଙ୍କୁବାଦୀଙ୍କୁ ନିର୍ଦ୍ଦେଶ ଦେଉଥିଲା । ହାଞ୍ଜଲାର ମୃତ୍ୟୁ ପରେ ଏବେ ଲସ୍କର ମୁଖ୍ୟ ହାଫିଜ ସଇଦକୁ ଏକ ବଡ଼ ଝଟକା ଲାଗିଛି । ହାଞ୍ଜଲା ହାଫିଜର ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଥିଲା । ଗତ ୨ ତାରିଖ ରାତିରେ କିଛି ଅଜ୍ଞାତ ଯୁବକ ୪ ରାଉଣ୍ଡ ଗୁଳି କରି ହାଞ୍ଜଲାକୁ ହତ୍ୟା କରିଥିବା ଜଣାପଡ଼ିଛି । ଗୁଳିମାଡ଼ ହେବା ପରେ ହାଞ୍ଜଲାକୁ ଗୋପନୀୟ ଭାବେ ପାକିସ୍ତାନୀ ସେନା ପକ୍ଷରୁ କରାଚୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ମାତ୍ର ଗତ ୫ ତାରିଖରେ ସେଠାରେ ତା’ର ମୃତ୍ୟୁ ଘଟିଥିଲା । ହାଞ୍ଜଲାକୁ ଲସ୍କର କମ୍ୟୁନିକେସନର ଏକ୍ସପର୍ଟ ଭାବେ ଗଣାଯାଉଥିଲା ।

Get real time updates directly on you device, subscribe now.