fbpx
BJD SKY
BJD SKY

ଦାଉଦକୁ ବିଷ ଦିଆଯାଇଥିବା ଖବର ମଧ୍ୟରେ ଆସିଲା ଆଉ ଏକ ବଡ ଖବର, ପାକିସ୍ତାନରେ ଭାରତର ଆଉ ଏକ ଶତ୍ରୁକୁ ହତ୍ୟା

BJD

ନୂଆଦିଲ୍ଲୀ: ପାକିସ୍ତାନରେ ଚଳିତ ବର୍ଷ ବହୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓ ଖଲିସ୍ତାନୀଙ୍କୁ ହତ୍ୟା କରାଯାଇଛି । ଏହି କ୍ରମରେ ଏବେ ଲସ୍କର ଇ ତୋଇବାର ଆତଙ୍କବାଦୀ ହବିବୁଲ୍ଲାକୁ ହତ୍ୟା କରାଯାଇଥିବା ଖବର ଆସିଛି । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ସହଯୋଗୀ ଥିବା ହବିବୁଲ୍ଲାକୁ ରବିବାର ସନ୍ଧ୍ୟାରେ କେହି ଅଜ୍ଞାତ ଆକ୍ରମଣକାରୀ ହତ୍ୟା କରିଛି । ତା’ ଉପରେ ଅଜ୍ଞାତ ବନ୍ଧୁକଧାରୀ ଗୁଳି ଚଳାଇଥିବା ଜଣାଯାଇଛି । ଭାରତର ଉଡିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ହବିବୁଲ୍ଲା ସାମିଲ ଥିଲା । ଏହି ଆକ୍ରମଣ ୨୦୧୬ରେ ହୋଇଥିଲା ଯାହାପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ।

ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ଏହିପରି ଭାବରେ ଏକ ଡର୍ଜନରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରାଗଲାଣି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ବିଲାଲ ମୁର୍ଶିଦ, ଅକରମ ଗାଜି, ଅବୁ କାସିମ୍ ପରି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସାମିଲ ଅଛନ୍ତି । ତେବେ ଏହି ଘଟଣା ଭାରତ ଲାଗି ଏକ ଆଶ୍ୱସ୍ତିର ଖବର । ଏହାରି ମଧ୍ୟରେ ମୁମ୍ବାଇ ସିରିଅଲ ବ୍ଲାଷ୍ଟରେ ସାମିଲ ଦାଉଦ ଇବ୍ରାହିମ୍ ବି ହସ୍ପିଟାଲରେ ଭର୍ତ୍ତି ହୋଇଛି । ଖବର ମିଳିଛି କି ତାକୁ କେହି ଅଜ୍ଞାତ ବ୍ୟକ୍ତି ଖାଦ୍ୟରେ ବିଷ ଦେଇଦେଇଛି ଓ ଏବେ ସେ ଚିକିତ୍ସା ଲାଗି ପାକିସ୍ତାନର ହସ୍ପିଟାଲରେ ଭର୍ତ୍ତି ହୋଇଛି । ପାକିସ୍ତାନ ସବୁବେଳେ ଏହା ଅସ୍ୱୀକାର କରି ଆସୁଥିଲା କି ଦାଉଦ କରାଚୀରେ ରହୁଛି ବୋଲି । ଏପରି ସ୍ଥିତିରେ ଦାଉଦକୁ ନେଇ ଏବେ ପାକିସ୍ତାନ କୌଣସି ଟିପ୍ପଣୀ ବି କରିପାରିବ ନାହିଁ ।

Get real time updates directly on you device, subscribe now.