fbpx

ସପ୍ତାହର ପ୍ରଥମ ଦିନରେ ନିରାଶ କଲା ଷ୍ଟକ୍ ମାର୍କେଟ, ୨୧, ୪୦୦ ପଏଣ୍ଟ ତଳକୁ ଖସିଲା ନିଫ୍ଟି

ମୁମ୍ବାଇ: ଚଳିତ ସପ୍ତାହ ଘରୋଇ ଷ୍ଟକ୍ ବଜାର ପାଇଁ ଏତେ ଖାସ ରହିଲାନି । କାରବାର ଆରମ୍ଭରୁ ସେନସେକ୍ସ ଏବଂ ନିଫ୍ଟିରେ ତୀବ୍ର ହ୍ରାସ ଦେଖିବାକୁ ମିଳିଥିଲା । ସେନସେକ୍ସ ୪୬.୪୦ ପଏଣ୍ଟରେ ତଳକୁ ଖସି ୭୧, ୪୩୭ ପଏଣ୍ଟରେ ଏବଂ ନିଫ୍ଟି ୨୧.୮୫ ପଏଣ୍ଟ ବା ୦.୧୦% ହ୍ରାସ ସହ ୨୧, ୪୩୪ରେ ସ୍ଥିର ରହିଥିଲା ।

ସକାଳ ୯:୧୬ ମିନିଟରେ ଷ୍ଟକ୍ ମାର୍କେଟ ଆରମ୍ଭ ହୋଇଥିବା ବେଳେ ୩୦ଟି ଶେୟାର ବିଶିଷ୍ଟ ସେନସେକ୍ସ ମଧ୍ୟରୁ ୧୪ଟି ଶେୟାରରେ ବୃଦ୍ଧି ଏବଂ ୧୬ଟି ଶେୟାରରେ ହ୍ରାସ ସହ କାରବାର କରୁଥିଲା । ପ୍ରାରମ୍ଭରେ ନିଫ୍ଟି ୨୦୧ ପଏଣ୍ଟରେ ତଳକୁ ଖସି ୪୭,୯୪୨ ସ୍ତରରେ ସ୍ଥିର ରହିଥିଲା କିନ୍ତୁ ପରବର୍ତ୍ତି ସମୟରେ ୪୮,୦୬୮ରେ ସ୍ଥିର ରହିଥିଲା । ବ୍ୟାଙ୍କ ନିଫ୍ଟିର ୧୨ଟି ଶେୟାର ମଧ୍ୟରୁ ୯ଟି ଶେୟାରରେ ହ୍ରାସ ସହ କାରବାର କରୁଥିଲା । ତେବେ ଶୀର୍ଷ ଲାଭକାରୀଙ୍କ ମଧ୍ୟରେ ସନ୍ ଫାର୍ମା ୧.୩୫%, ଟାଇଟାନ୍ ୦.୯୩%, ଟାଟା ଷ୍ଟିଲ ୦.୬୬%, ବଜାଜ୍ ଫାଇନାନ୍ସ ୦.୬୬% ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୦.୪୫% ହ୍ରାସ ସହ କାରବାର କରୁଥିଲା । ସେହିପରି ଟପ୍ ଲୁଜର୍ସରେ ପାୱାର ଗ୍ରିଡ଼୍ ୧.୨୨%, ଆଇଟିସି ୧.୧୮%, ICICI ବ୍ୟାଙ୍କ ୧.୧୬%, ଇଣ୍ଡସ୍ ବ୍ୟାଙ୍କ ୦.୯୩% ଏବଂ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ୧.୦୮%ରେ ସ୍ଥିର ରହିଛି ।

Get real time updates directly on you device, subscribe now.