fbpx

ବିଦାୟୀ ମ୍ୟାଚ୍‌ର ଶେଷ ବଲ୍‌ରେ ୱିକେଟ୍ ନେଇ ବିରଳ ରେକର୍ଡ ସୃଷ୍ଟି କଲେ ଷ୍ଟୁଆର୍ଟ ବ୍ରଡ୍‌

ନୂଆଦିଲ୍ଲୀ: ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ତାଙ୍କର ବିଦାୟୀ ମ୍ୟାଚ୍‌ରେ ଏକ ବିରଳ ରେକର୍ଡ ନିଜ ନାଁ ରେ ସାମିଲ କରିଛନ୍ତି । ଖେଳ ଜୀବନର ଶେଷ ମ୍ୟାଚର ଶେଷ ବଲ୍‌ରେ ଏକ ୱିକେଟ୍ ନେଇ ଐତିହାସିକ ଓଭାଲ୍ ଷ୍ଟାଡିୟମ୍‌ରେ ଇଂଲଣ୍ଡ ଟିମ୍‌କୁ ବିଜୟ ଭେଟି ଦେଇଛନ୍ତି। ଏହା ପୂର୍ବରୁ ଇଂଲଣ୍ଡ ବ୍ୟାଟିଂ କରିବା ସମୟରେ ମଧ୍ୟ ଶେଷ ବଲ୍‌ରେ ବ୍ରଡ୍ ଏକ ଛକା ମାରିଥିଲେ। ଆସେସ୍ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଚାଲିଥିବା ସମୟରେ ରବିବାର ବ୍ରଡ୍ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ।

ଶେଷ ମ୍ୟାଚ୍ ପରେ ବ୍ରଡ ସ୍କାଏ ସ୍ପୋର୍ଟସକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଚମତ୍କାର ଥିଲା, ଓଭାଲରେ ପ୍ରଶଂସକମାନେ ଅବିଶ୍ୱସନୀୟ ଥିଲେ । ସେମାନେ ସବୁ ସମୟରେ ଖେଳାଳୀମାନଙ୍କୁ ଉସରାହିତ କରୁଥିଲେ । ଶେଷ ମ୍ୟାଚ୍‌ରେ ଦୁଇଟି ୱିକେଟ୍ ନେଇ ଦଳ ପାଇଁ ଯୋଗଦାନ କରିବା ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ତେବେ ଶେଷ ବଲ୍‌ରେ ୱିକେଟ୍ ନେଇ ନିଜ ଟିମ୍ ଆଶେସ୍ ଟେଷ୍ଟ ମ୍ୟାଚ୍ ଜିତିବା ବହୁତ ସୁନ୍ଦର ଅଟେ ବୋଲି ସେ କହିଥିଲେ ।

ତେବେ ମୋଇନ୍ ଅଲୀ ଏବଂ କ୍ରିସ୍ ଓକ୍ସ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ଓକ୍ସ ଷ୍ଟିଭେନ୍ ସ୍ମିଥ୍‌ଙ୍କ ୱିକେଟ୍ ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ ବିଭାଗ ଇଂଲଣ୍ଡ ବୋଲରଙ୍କ ଆଗରେ ଆଉ ବେସି ସମୟ ତିଷ୍ଠି ପାରି ନଥିଲେ । ବିଜୟ ପାଇଁ ବହୁତ୍ କମ୍ ରନ୍ ଆବଶ୍ୟକ ଥିଲେ ମଧ୍ୟ ଏହାକୁ ସଂଗ୍ରହ କରିବାକୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲେ । ଷ୍ଟୁଆର୍ଟ ବ୍ରଡ୍‌ଙ୍କ ସହିତ ମୋଇନ୍ ଅଲୀ ମଧ୍ୟ ଟେଷ୍ଟ କ୍ରିକେଟ୍‌ରୁ ତାଙ୍କର ଅବସର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.