fbpx

ଅତି ସ୍ୱାଦିଷ୍ଟ ଜାମୁକୋଳି: କିନ୍ତୁ ଜାମୁକୋଳି ଖାଇଲେ ହୋଇପାରେ ଏହି ସବୁ ରୋଗ

ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳିରେ ଭରପୁର ପରିମାଣରେ ମିଳେ । ଏହି ରସାଳ ଫଳରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର । ଆୟୁର୍ବେଦ ଅନୁଯାୟୀ, ଏହା ଅନେକ ରୋଗର ମହୌଷଧି ବୋଲି କୁହାଯାଏ । ପିଲାଠୁ ବୁଢା ସମସ୍ତେ ଏହି ଜାମୁକୋଳି ଖାଇବା ପାଇଁ ଖୁବ ପସନ୍ଦ କରନ୍ତି । ଏହା ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ । ଏହା ଦେଖିବା ପାଇଁ ଯେତିକି ସୁନ୍ଦର ସେତିକି ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ ।

ତେବେ ଅନ୍ୟପକ୍ଷରେ ଜାମୁକୋଳି କିଛି ଲୋକଙ୍କ ପାଇଁ ଖୁବ ମାରାତ୍ମକ ମଧ୍ୟ ହୋଇପାରେ । ମାତ୍ରାଧିକ ଜାମୁକୋଳି ଖାଇବା ଦ୍ୱାରା ସ୍ୱାସ୍ଥ୍ୟହାନି ହୋଇଥାଏ । ତେବେ କେଉଁ ରୋଗୀ ଜାମୁକୋଳି ଖାଇବା ଉଚିତ ନୁହେଁ ଏବଂ ଏହାର ମାତ୍ରାଧିକ ସେବନ ଦ୍ୱାରା କ’ଣ ସବୁ ରୋଗ ହୋଇଥାଏ, ଆସନ୍ତୁ ଜାଣିବା ।

  • ଅଧିକ ଜାମୁକୋଳି ଖାଇବା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଉତ୍ପନ୍ନ ହୁଏ ।
  • ଯେଉଁମାନେ ଏଥେରୋସ୍କୋଲେରୋସିସ୍ ରୋଗରେ ଆକ୍ରାନ୍ତ, ସେମାନେ ଆଦୌ ଜାମୁକୋଳି ଖାଆନ୍ତୁ ନାହିଁ ।
  • ଜାମୁକୋଳି ରକ୍ତଚାପକୁ ନିୟନ୍ତ୍ରଣ କରେ, ତେଣୁ ଉଚ୍ଚ ରକ୍ତଚାପ ରୋଗୀ ଏହାକୁ ସେବନ କରିଥାନ୍ତି ।
  • ଉଚ୍ଚ ରକ୍ତଚାପ ରୋଗୀ ଅଧିକ ମାତ୍ରାରେ ଜାମୁକୋଳି ଖାଇବା ଦ୍ୱାରା ସେମାନେ ନିମ୍ନ ରକ୍ତଚାପରେ ଆକ୍ରାନ୍ତ ହୋଇପାରନ୍ତି ।
  • ଜାମୁକୋଳିରେ ଭିଟାମିନ୍ ସି’ର ପରିମାଣ ଭରପୂର ରହିଛି । ଏହାର ଅଧିକ ସେବନ ଦ୍ୱାରା ମଣିଷର ପାଚନ ଶକ୍ତିରେ ସମସ୍ୟା ଦେଖାଦିଏ ।
  • ଶରୀରରେ ଗ୍ୟାସ୍ ଓ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।
  • ମହିଳା ଏବଂ ପୁରୁଷ ଉଭୟଙ୍କ କ୍ଷେତ୍ରରେ ଅତ୍ୟଧିକ ଜାମୁକୋଳି ଖାଇବା ଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

Get real time updates directly on you device, subscribe now.