fbpx

IBPS Exam 2023: ଏକା ସାଙ୍ଗରେ ପ୍ରକାଶ ପାଇଲା PO/MT ଏବଂ SO ପରିକ୍ଷା ପାଇଁ ବିଜ୍ଞପ୍ତି, ୪୪୦୦ ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଆଇବିପିଏସ୍ ପ୍ରୋବେସନାରୀ ଅଫିସର(ପିଓ) ଏବଂ ସ୍ପେଶାଲିଷ୍ଟ ଅଫିସର (ଏସ୍‌ଓ) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସର୍ବଭାରତୀୟ କ୍ଷେତ୍ରରେ ବିଭିନ୍ନ ସରକାରୀ ବ୍ୟାଙ୍କରେ ପ୍ରୋବେସନାରୀ ଅଫିସର ଏବଂ ମ୍ୟାନେଜମେଣ୍ଟ ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ CRP PO-MT-XIII ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହା ସହିତ ପିଏସ୍‌ୟୁ ବ୍ୟାଙ୍କଗୁଡ଼ିକରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା CRP SPL-XIII ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଙ୍ଗଳବାର ଉଭୟ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ଅର୍ଥାତ୍ ଅଗଷ୍ଟ ୧, ୨୦୨୩।

ଚଳିତ ଥର ଆଇବିପିଏସ୍ ମୋଟ୍ ୩୦୪୯ ପ୍ରୋବେସନାରୀ ଅଫିସର ଏବଂ ମ୍ୟାନେଜମେଣ୍ଟ ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ସେହିଭଳି ଏସ୍‌ଓ ପରୀକ୍ଷା ପାଇଁ ୧୪୦୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହିଭଳି ଉଭୟ ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୪୪୫୧ ପଦବୀରେ ନିଯୁକ୍ତି ପାଇଁ ନୋଟିସ୍ ହୋଇଛି । ଏହି ଦୁଇ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ସହିତ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଆବଶ୍ୟକ ଯୋଗ୍ୟତା ପୁରଣ କରୁଥିବା ଆଶାୟୀମାନେ ୨୧ ଅଗଷ୍ଟ ୨୦୨୩ ସୁଦ୍ଧା ଆବେଦନ କରିପାରିବେ ।

ବ୍ୟାଙ୍କ PO, MT ନିଯୁକ୍ତି- ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୨୨୪ ପଦବୀ, କାନାରା ବ୍ୟାଙ୍କରେ ୫୦୦, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୨,୦୦୦, ପିଏନବିରେ ୨୦୦, ପଞ୍ଜାବରେ ୧୨୫ ଏବଂ ସିଣ୍ଡ ବ୍ୟାଙ୍କରେ ଖାଲି ଅଛି।

ଯୋଗ୍ୟତା – ଯେକୌଣସି ବିଷୟରେ ସ୍ନାତକ।

ବୟସ ସୀମା- ୨୦ ରୁ ୩୦ ବର୍ଷ।

ପରୀକ୍ଷା ତାରିଖ – ଆଇବିପିଏସ୍ PO ପ୍ରିଲିମ ପରୀକ୍ଷା ୨୩ ସେପ୍ଟେମ୍ବରରେ , ୩୦ ସେପ୍ଟେମ୍ବର ଏବଂ ୧ ଅକ୍ଟୋବର ୨୦୨୩ ରେ ଅନୁଷ୍ଠିତ ହେବ। ୫ ନଭେମ୍ବର ୨୦୨୩ ରେ ଚୟନର ମୁଖ୍ୟ ପରୀକ୍ଷା ହେବ।

କିପରି କରିବେ ଆବେଦନ ?

ଆଇବିପିଏସ୍ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ PO / MT ଏବଂ SO ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀମାନେ ଅନୁଷ୍ଠାନର ଅଫିସିଆଲ୍ ୱେବସାଇଟ୍, ibps.in କିମ୍ବା ନିମ୍ନରେ ଦିଆଯାଇଥିବା ସିଧାସଳଖ ଲିଙ୍କରୁ ବିଜ୍ଞପ୍ତି ଡାଉନଲୋଡ୍ କରିପାରିବେ ଏବଂ ଅନ୍ଲାଇନ୍ ଆବେଦନ ଫର୍ମ ପୃଷ୍ଠାକୁ ଯାଇପାରିବେ। ଆବେଦନ ପ୍ରକ୍ରିୟା ଅଧୀନରେ, ପ୍ରାର୍ଥୀମାନେ ପ୍ରଥମେ ପଞ୍ଜୀକୃତ ହେବା ଆବଶ୍ୟକ ଏବଂ ତା’ପରେ ଆବେଦନ ଦାଖଲ କରିବାକୁ ପଞ୍ଜୀକୃତ ବିବରଣୀ ସହିତ ଲଗଇନ୍ କରିବା ଆବଶ୍ୟକ। ଆବେଦନ ସମୟରେ ପ୍ରାର୍ଥୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ୮୫୦ ଟଙ୍କା ଦେବାକୁ ପଡିବ। ତେବେ ସଂରକ୍ଷିତ ବର୍ଗଗୁଡିକ ପାଇଁ ଦେୟ କେବଳ ୧୭୫ ଟଙ୍କା।

Get real time updates directly on you device, subscribe now.