fbpx

ମାଗଣାରେ ଅପଡେଟ କରିନିଅନ୍ତୁ ନିଜ ଆଧାର କାର୍ଡ: ଆପଣଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ସମସ୍ତଙ୍କ ପାଇଁ ପ୍ରଥମ ପରିଚୟ ପତ୍ର ଭାବରେ ଗଣାଯାଉଛି । ପ୍ରତ୍ୟେକ କାମରେ ପ୍ରଥମେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଆଧାର କାର୍ଡରେ ପ୍ରକୃତ ଏବଂ ସଠିକ ତଥ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ଅନେକ ସମୟରେ କିଛିଲୋକଙ୍କର ଡାଟା ଆଧାର କାର୍ଡରେ ଭୁଲ ରହିଥାଏ, ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବର୍ତ୍ତମାନ ମାଗଣାରେ ଏହାକୁ ଅପଡେଟ କରିବା ପାଇଁ ସୁଯୋଗ ଆଣିଛି UIDAI ।

ଏପରିକି ନିଜର କିଛି ଡିଟେଲ୍ସ ଆପଣ ଗରେ ବସି ପୋର୍ଟାଲ ସାହାଯ୍ୟରେ ଅପଡେଟ କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମୟ ରହିଛି । ଏହା ଭିତରେ ଆପଣଙ୍କ ଆଧାର କାର୍ଡରେ ଥିବ ଭୁଲ ତଥ୍ୟର ଆପଣ ମାଗଣାରେ ସଂଶାଧନ କରିପାରିବେ । କିନ୍ତୁ ଏହି ତାରିଖ ପରେ ସଂଶୋଧନ ପାଇଁ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ ।

  • ଆଧାର କାର୍ଡ ୟୁଜର ପୋର୍ଟାଲ ମାଧ୍ୟମରେ ମାଗଣା ସଂଶୋଧନ କରିପାରିବେ ।
  • କେବଳ ଇ-ଆଧାର ପୋର୍ଟାଲ ମାଧ୍ୟମରେ ହିଁ ଆଧାର ଡିଟେଲକୁ ମାଗଣା ଅପଡେଟ କରିପାରିବେ । ତେବେ ଆଧାର କେନ୍ଦ୍ରରେ ଏଥଇପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡିବ ।
  • ଆଧାର କାର୍ଡର ଅପଡେଟ କରିବା ପାଇଁ ୟୁଜରମାନଙ୍କୁ ଆସନ୍ତା ଜୁନ ୧୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ତେବେ ଜୁନ ୧୪ ତାରିଖ ପରେ ଅପଡେଟ କରିବା ପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡିବ ।
  • UIDAI ଆଧାର କାର୍ଡଧାରୀମାନଙ୍କ କେବଳ ପରିଚୟ ପାଇଁ ପ୍ରମାଣ ଏବଂ ଆଡ୍ରେସ ପ୍ରୁଫ ଅପଡେଟ କରିବା ପାଇଁ ଅନୁମତି ଦେଇଛି । କିନ୍ତୁ ନାମ, ଜନ୍ମ ତାରିଖ, କିମ୍ବା ଠିକଣା ସହିତ ଆପଣଙ୍କ ଡିଟେଲ୍ସ ଅପଡେଟ କରାଯାଇ ପାରିବ ନାହିଁ । ତେବେ ଏହି ସମୟରେ ଅପଡେଟ ନ କଲେ, ପରେ ଏଥିପାଇଁ ଆପଣଙ୍କୁ ୧୦୦ ଟଙ୍କା ଚାର୍ଜ ଦେବାକୁ ପଡିପାରେ ।

କିପରି କରିବେ ଅପଡେଟ?

  • ମୋବାଇଲ ନମ୍ବର ଜରିଆରେ https://myaadhaar.uidai.gov.in/ ରେ ଲଗ୍ ଇନ୍ କରନ୍ତୁ
  • ଏହାପରେ ନିଜ ଆଧାର ନମ୍ବର ଏବଂ ଓଟିପି ଅପଲୋଡ କରନ୍ତୁ
  • ଏହାପରେ ଡକ୍ୟୁମେଣ୍ଟ ଅପଡେଟକୁ ସିଲେକ୍ଟ କରନ୍ତୁ ଏବଂ ଭେରିଫାଏ କରନ୍ତୁ
  • ଡ୍ରପ ଲିଷ୍ଟରେ ନିଜ ଆଇଡି ପ୍ରୁଫ ଏବଂ ଆଡ୍ରେସ ପ୍ରୁଫ ସ୍କାନ କରି ଅପଲୋଡ କରିନିଅନ୍ତୁ
  • ସବମିଟ ଉପରେ କ୍ଲିକ କରନ୍ତୁ, ଏହାପରେ ଆପଣଙ୍କୁ ଏକ ରିକ୍ୟୁଏଷ୍ଟ ନମ୍ବର ମିଳିବ ଏବଂ ଆଧାର ଅପଡେଟ ଫର୍ମ ସବମିଟ ହୋଇଯିବ ।
  • ରିକ୍ୟୁଏଷ୍ଟ ନମ୍ବର ଜରିଆରେ ନିଜ ଆଧାରର ଷ୍ଟାଟସ ଜାଣିପାରିବେ ।

Get real time updates directly on you device, subscribe now.