ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲୁଟ-ତରାଜ ମାମଲା ବଢିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଏକ ବଡ଼ ଲୁଟ ଘଟଣା ସାମନାକୁ ଆସିଛି । ରାତି ଅଧରେ ଏଟିଏମ ଭାଙ୍ଗି ଲୁଟି ନେଇଥିବା ଜାଣିବାକୁ ମିଳିଛଇ । ସୂଚନା ଅନୁସାରେ, ଗତକାଲି ରାତିରେ ସୋର ଥାନା ସବିରା ସ୍ଥିତ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ ହୋଇଛି । ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ଲୁଟ ସମୟର ସିସିଟିଭି ଫୁଟେଜ ଖୋଜୁଛି ସ୍ଥାନୀୟ ପୋଲିସ ।