fbpx
BJD SKY
BJD SKY

ଓକିଲ ସଂଘ ଆନ୍ଦୋଳନ ସ୍ଥଗିତ: କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟିର ନିଷ୍ପତ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଜାରି ରହିଥିବା ଓକିଲ ସଂଘର ଆନ୍ଦୋଳନକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଓକିଲ ସଂଘ ଆନ୍ଦୋଳନ ସ୍ଥଗିତ ରଖିବାକୁ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆନ୍ଦୋଳନ ସ୍ଥଗିତ ରଖିବା ସହ ସୁପ୍ରିମକୋର୍ଟଙ୍କ ଉପରେ ଆସ୍ଥା ପ୍ରକଟ କରିଛି କମିଟି । ଏଥିସହିତ ପଶ୍ଚିମ ଓଡ଼ିଶାରେ ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କମିଟି ଆଶାବାଦୀ ରହିଥିବା ଜଣାପଡ଼ିଛି ।

ଏହି ଆନ୍ଦୋଳନ ଘଟଣାରେ ଆଜି ୧୨ ଜଣ ଆଇନଜୀବୀଙ୍କୁ ଗିରଫ କରାଯିବା ସହ ୨୯ ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଥିଲା । ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହି ମାମଲାରେ ପୂର୍ବରୁ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିସାରିଛନ୍ତି । ଏପରିକି ସୁପ୍ରିମକୋର୍ଟ ରାଜ୍ୟ ଡିଜପିଙ୍କୁ ଭର୍ସନା କରିବା ସହ ଓକିଲଙ୍କ ବିରୋଧରେ କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପକ୍ଷରେ ଆନ୍ଦୋଳନକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ ୧୪୪ ଧାରା ଜାରି କରାଯିବା ସହ ଉକ୍ତ ଅଞ୍ଚଳରେ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । ଯେଉଁମାନେ ୨୦୦ ମିଟର ନିଷାଦ୍ଧାଞ୍ଚଳକୁ ଆସିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ସେହିପରି ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ରାଜ୍ୟ ବାର କାଉନସିଲ ପକ୍ଷରୁ ସମସ୍ତ ଓକିଲଙ୍କୁ ଅନୁରୋଧ କରାଯାଇଥିଲା ।

Get real time updates directly on you device, subscribe now.