fbpx

ପ୍ରେମ ପାଇଁ ସ୍ୱାମୀଙ୍କୁ ଛାଡିଥିଲେ, ଏବେ ଶଙ୍ଖା ସିନ୍ଦୁର ଧରି ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

କାମାକ୍ଷାନଗର: ପ୍ରେମିକର ଘର ସାମ୍ନାରେ ଶଙ୍ଖା ସିନ୍ଦୁର ଧରି ପ୍ରେମିକାର ଧାରଣା। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ। କଙ୍କଡାହାଡ଼ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଭଦଳିଆ ସାହିରେ ଏ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରେମିକ ଶ୍ରୀବତ୍ସ ଗୁରୁ ପ୍ରେମିକା ମିତା ସିଂହକୁ ଆଜକୁ ୧୪ ବର୍ଷ ହେବ ଭଲ ପାଉଥିଲା। ଏପରିକି ପ୍ରାୟ ଦଶ ବର୍ଷ ହେବ ପ୍ରେମିକା ମିତା ସହିତ ଶ୍ରୀବତ୍ସ ଶାରୀରିକ ସମ୍ପର୍କ ରଖି ଆସୁଥିଲା।

ତେବେ ପରିବାର ଲୋକେଙ୍କ କଥାରେ ମିତା ୨୦୨୧ ମସିହାରେ କଙ୍କଡାହାଡ଼ ଥାନା ଡଙ୍ଗାପାଳ ଗାଁରେ ବିବାହ କରିଥିଲେ। ବିବାହର ମାତ୍ର ୪ରୁ ୫ମାସ ପରେ ପ୍ରେମିକ ଶ୍ରୀବତ୍ସର କଥାରେ ପଡି ସ୍ୱାମୀଙ୍କୁ ଛାଡି ପଳେଇ ଯାଇଥିଲେ ମିତା। ପ୍ରଥମେ ଚେନ୍ନାଇ ଓ ପରେ ମହାରାଷ୍ଟ୍ରର ଏକ ଚକୋଲେଟ କମ୍ପାନିରେ କାମ କରିଥିଲେ ମିତା ଓ ଶ୍ରୀବତ୍ସ। ଏପରିକି ଉଭୟେ ଲିଭିଙ୍ଗ ଟୁଗେଦରରେ ସ୍ୱାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ। ଏବଂ ମିତାକୁ ଓଡିଶା ଗଲେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମାତ୍ର ଗତ ୧୦ ତାରିଖ ଦିନ ଉଭୟେ ମହାରାଷ୍ଟ୍ରରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀବତ୍ସ ଚକମା ଦେଇ ମିତାକୁ ଛାଡି କେଉଁ ଆଡେ ପଳେଇ ଯାଇଥିଲେ। ଯାହାକୁ ନେଇ ମିତା କଙ୍କଡାହାଡ଼ ଥାନାର ଦ୍ୱାରାସ୍ତ ହେବା ସହ ନ୍ୟାୟ ପାଇଁ ଶ୍ରୀବତ୍ସଙ୍କ ଘର ସାମ୍ନାରେ ଶଙ୍ଖା ସିନ୍ଦୁର ନେଇ ଧାରଣାରେ ବସିଛନ୍ତି । ଏ ନେଇ ଜବାବ ରଖିଛନ୍ତି ଶ୍ରୀବତ୍ସଙ୍କ ବାପା ପଙ୍କଜ ଗୁରୁ । ସେ ଏ ବିଷୟରେ କିଛି ଜାଣିନାହାନ୍ତି । ଏବଂ ଯଦି ଉଭୟେ ବିବାହ କରିବାକୁ ଚାହୁଁଥିଲେ ତେବେ ମତେ କାହିଁକି କହିଲେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.