fbpx

ପଇସା ଖର୍ଚ୍ଚକୁ ନେଇ ରହିଛି କି ଏହି ୫ଟି ଖରାପ ଅଭ୍ୟାସ, ବଦଳାଇଦେଲେ ଆପଣ ବି ହୋଇପାରିବେ ଧନୀ

ଓଡ଼ିଶା ଭାସ୍କର: କୌଣସି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିରତା ତାଙ୍କ ଆର୍ଥିକ ବ୍ୟବହାର ଉପରେ ନିର୍ଭର କରିଥାଏ । ଯଦି ଆପଣ ବି ସେହି ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଯିଏ ପଇସା ସଞ୍ଚୟ କରିପାରୁ ନାହାନ୍ତି ଏବଂ କୌଣସି ବଡ ଧରଣର ଖର୍ଚ୍ଚ ଆସିଲେ ଋଣ କରିବାକୁ ବାଧ୍ୟ ହେଉଛନ୍ତି ତେବେ ଆପଣ ନୂଆ ବର୍ଷ ସହିତ ନିଜର ଆର୍ଥିକ ଆଚରଣରେ ପରିବର୍ତ୍ତନ ଆଣନ୍ତୁ । ଏହାଦ୍ୱାରା ଆପଣ ଖୁବ୍ ସହଜରେ ନିଜ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିପାରିବେ । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ଖରାପ ୫ ଆର୍ଥିକ ଅଭ୍ୟାସ ବିଷୟରେ ।
ବିନା ଲକ୍ଷ୍ୟରେ ନିବେଶ:
ଆପଣ କୌଣସି ବି ନିବେଶ ଆରମ୍ଭ କରିବା ପୂର୍ବରୁ ତାହାର ଲକ୍ଷ୍ୟ ଧାର୍ଯ୍ୟ କରିନିଅନ୍ତୁ । ଏହାର ଫାଇଦା ଏହା ହୋଇଥାଏ କି ଆପଣ ନିଜ ଆୟର ଏକ ନିର୍ଦ୍ଧିଷ୍ଟ ଭାଗ ବେଶ୍ ସହଜରେ ଏଥିପାଇଁ ଆବଣ୍ଟନ କରିପାରିବେ । ଏହାଦ୍ୱାରା ନିବେଶ ଅବଧି ସମୟରେ ଆପଣ ଜାଣିପାରିବେ କି ଆପଣଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ କି ନାହିଁ । ଆପଣ ସମୟ ସହିତ ନିଜ ନିବେଶକୁ କମ୍ କିମ୍ବା ବେଶୀ କରିପାରିବେ ।
ବିନା କାରଣରେ ଲୋନ୍ ନେବା:
ବହୁ ସମୟରେ ଆପଣଙ୍କ କ୍ରେଡିଟ୍ ସ୍କୋର ବହୁତ ଭଲ ରହିଥାଏ । ଏହି କାରଣରୁ ଏନବିଏଫ୍‌ସି କମ୍ପାନୀ ଆପଣଙ୍କୁ ଆକର୍ଷଣୀୟ ସୁଧ ହାରରେ ଲୋନ୍ ଅଫର କରିଥାଏ । ଏପରି ସ୍ଥିତିରେ ବହୁ ଲୋକ ଅଫର ଲାଳସାରେ ପଡି ଆବଶ୍ୟକତା ନ ଥାଇ ବି ପର୍ସନାଲ୍ ଲୋନ୍ ନେଇଥାନ୍ତି । ଏହି ଅଭ୍ୟାସରୁ ଆପଣ ଦୂରେଇ ରହିବା ଉଚିତ । ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପଡିଥାଏ ।
କ୍ରେଡିଟ୍ କାର୍ଡ ରିୱାର୍ଡ ଲାଗି ସପିଂ: ଯଦି ଆପଣ କେବଳ ରିୱାର୍ଡ ପଏଣ୍ଟ ଓ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଶପିଂ ଟାର୍ଗେଟ୍ ପୂରଣ କରିବା ଲାଗି କ୍ରେଡିଟ୍ କାର୍ଡ ଖର୍ଚ୍ଚ କରୁଛନ୍ତି ତେବେ ଆପଣ କ୍ରେଡିଟ୍ କାର୍ଡର ଉପଯୋଗ କରନ୍ତୁ ନାହିଁ । ବିଶେଷଜ୍ଞଙ୍କ ମତ କୌଣସି ବି ୟୁଜର୍ସଙ୍କୁ କ୍ରେଡିଟ୍ କାର୍ଡରେ କେବଳ ସେହି ଖର୍ଚ୍ଚ କରିବା ଉଚିତ ଯାହାର ଭରଣା ସେ ଉପଯୁକ୍ତ ସମୟରେ ଡେବିଟ୍ କାର୍ଡରୁ କରିପାରିବ ।
ଋଣ ଶୁଝିବାକୁ ଋଣ କରନ୍ତୁ ନାହିଁ:
ଯଦି ଆପଣ ଋଣ ଶୁଝିବାକୁ ପୁଣି ଋଣ କରୁଛନ୍ତି ତେବେ ଆପଣ ଋଣ ଜାଲରେ ଫସିଯିବେ । ତେଣୁ ଋଣ ଶୁଝିବାକୁ ଆପଣ କେବେ ଋଣ ନିଅନ୍ତୁ ନାହିଁ । ଯଦି ଆପଣଙ୍କୁ ଋଣ ଶୁଝିବାରେ ସମସ୍ୟା ହେଉଛି ତେବେ ଆପଣ ଏହା ଏପରି ଏକ ବ୍ୟାଙ୍କକୁ ଟ୍ରାନ୍ସଫର କରିପାରିବେ ଯେଉଁଠାରେ ସୁଧ ବହୁତ କମ୍ ରହିଥିବ ।
ନିୟମିତ ନିବେଶ କରନ୍ତୁ:
ଚାକିରୀ ଆରମ୍ଭ ସହିତ ନିବେଶ କରିବା ଆରମ୍ଭ କରିଦିଅନ୍ତୁ ଓ ନିୟମିତ ନିବେଶ କରନ୍ତୁ । ଏପରି କରିବା ଦ୍ୱାରା ବଜାରର ଲାଭ-କ୍ଷତି ସହିତ ତାଳ ଦେଇ ଆପଣ ନିବେଶ କରିପାରିବେ ଓ ଆପଣଙ୍କ ନିବେଶ ଠିକ୍‌ଠାକ୍ ରହିବ । ଏଥିରେ ଦୀର୍ଘ ସମୟ ପରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.