fbpx

(Video) ଆଉ ନାହାନ୍ତି…. କହି ଲାଇଭ ସୋରେ ଭୋ ଭୋ କାନ୍ଦିଲେ ମହିଳା ଆଙ୍କର, ଏମିତି କହିଲେ ୟୁଜର୍ସ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲ୍ ବାୟୁସେନା ବ୍ୟାପକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହାସନ ନସରାଲ୍ଲାଙ୍କୁ ହତ୍ୟା କରାଯାଇଥିଲା । ଏହି ଆକ୍ରମଣର ଗୋଟିଏ ଦିନ ପରେ ଇସ୍ରାଏଲ୍ ସେନା ଦାବି କରିଛି ଯେ ନସରୁଲ୍ଲାଙ୍କୁ ହତ୍ୟା କରାଯାଇଛି । ଏହି ସୂଚନା ଲେବାନନ୍ ଟିଭିରେ ପ୍ରସାରଣ ହେଉଥିବା ବେଳେ ଲାଇଭ୍ ସୋ’ରେ ଆଙ୍କର ଭୋ ଭୋ କରି କାନ୍ଦିଥିବା ଦେଖାଯାଇଛି ।

ଲେବାନନର ଅଲ-ମାୟାଦିନ ନ୍ୟୁଜ ଚ୍ୟାନେଲର ଏକ ଆଙ୍କର ଶନିବାର ଦିନ ହିଜବୁଲ୍ଲା ନେତା ହାସନ ନସରଲ୍ଲା ଖବର ପ୍ରସାରଣ ସମୟରେ ଆଙ୍କର ଭାବୁକ ହୋଇଯାଇଥିଲେ । ଖବର ପଢୁ ପଢୁ ନ୍ୟୁଜ ଆଙ୍କରଙ୍କ ଆଖିରୁ ପାଣି ବାହାରି ଯାଇଥିଲା ଏବଂ ଗଳା ମଧ୍ୟ ଗମ୍ଭୀର ହୋଇପଡିଥିଲା । ନସରଲ୍ଲାଙ୍କର ମୃତ୍ୟୁ ଖବର ଠିକ ସେ ପଢିପାରୁନଥିବା ଦେଖା ଯାଇଥିଲା । ଏବେ ମହିଳା ଆଙ୍କରଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଙ୍କର ନିଜକୁ ସମ୍ଭାଳିବା ପାଇଁ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ହାର ମାନିଥିଲେ । ମୃତ୍ୟୁର ଦୁଃଖ ସାରା ବିଶ୍ବ ଦେଖିଥିଲା । ତେବେ ଭିଡିଓ ଭାଇରାଲ ହେବା ପରେ କିଛି ବ୍ୟକ୍ତି ଦୁଃଖ କରିଥିବା ବେଳେ କିଛି ୟୁଜର୍ସ ମଜାକ ମଧ୍ୟ ଉଡାଇଛନ୍ତି ।

Get real time updates directly on you device, subscribe now.