fbpx

କ୍ରିକେଟର ହେବା ପାଇଁ ୧୩ ବର୍ଷରେ ଘର ଛାଡିଥିଲେ, ସୁନ୍ଦରତାରେ କୌଣସି ବଲିଉଡ ଅଭିନେତ୍ରୀଙ୍କଠୁ କମ ନୁହନ୍ତି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ସଂପ୍ରତି ଶ୍ରୀଲଙ୍କା ଗସ୍ତରେ ରହିଛି। ଏଠାରେ ଦଳ ୩ ଦିନିକିଆ ଏବଂ ୩ ଟି-୨୦ ମ୍ୟାଚର ସିରିଜ୍ ଖେଳିବ। ପ୍ରଥମ ଟି-୨୦ ଗୁରୁବାର ଡାମ୍ବୁଲାରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳ ଉତ୍ସବ ମନାଇଛି। ଭାରତୀୟ ଦଳର ଖେଳାଳି ସାଥୀ ଖେଳାଳି ହରଲୀନ ଦେଓଲଙ୍କ ଜନ୍ମଦିନର ଉତ୍ସବ ପାଳନ କରିଛନ୍ତି। ହରଲୀନଙ୍କ ଜନ୍ମଦିନ ଜୁନ ୨୧ ଥିଲା। ହେଲେ ଦଳର ଖେଳାଳି ଶ୍ରୀଲଙ୍କା ବିପକ୍ଷ ଟି-୨୦ ଠିକ୍ ପୂର୍ବରୁ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ହରଲୀନ ନିଜ ଜନ୍ମଦିନର କିଛି ଫଟୋ ଟୁଇଟରରେ ସେୟାର କରିଛନ୍ତି।

ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟର ହରଲୀନ ଦେଓଲ ୨୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ହରଲୀନ ନିଜ ଫଟୋ ସେୟାର କରି ଲେଖିଛନ୍ତି, ଘରଠୁ ଦୂରରେ ଥାଇ ଏକ ପରିବାର ମିଳିବା ସର୍ବଦା ଭଲ ଲାଗିଥାଏ। ଜନ୍ମଦିନ ଅବସରରେ ଆପଣମାନେ ମୋତେ ଯେଉଁ ଭଲ ପାଇବା ଦେଇଛନ୍ତି, ଏଥିପାଇଁ ଧନ୍ୟବାଦ।

ହରଲୀନ ୨୦୧୯ରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ। ସେ ଏ ପର‌୍ୟ୍ୟନ୍ତ ଗୋଟିଏ ଦିନିକିଆ ଏବଂ ୧୩ଟି ଟି-୨୦ ଖେଳିଛନ୍ତି। ଦିନିକିଆରେ ୨ ଏବଂ ଟି-୨୦ରେ ୧୩୫ ରନ କରିଛନ୍ତି। ସେ ବ୍ୟାଟିଂ ସହ ଲେଗସ୍ପିନ ବୋଲିଂ କରିଥାନ୍ତି। କ୍ୟାରିୟର ଆରମ୍ଭରୁ ସେ ଅଫ ସ୍ପିନିଂ ବୋଲିଂ କରୁଥିଲେ। ହେଲେ ଭିନ୍ନ ପରିସ୍ଥିତି କାରଣରୁ ସେ ଲେଗ ସ୍ପିନ ବୋଲିଂ ଆରମ୍ଭ କରିଥିଲେ।

ହରଲୀନ ଦେଓଲଙ୍କ କ୍ରିକେଟ୍ ଯାତ୍ରା ସହଜ ନଥିଲା। ସେ କ୍ରିକେଟର ହେବା ପାଇଁ ୧୩ ବର୍ଷ ବୟସରେ ନିଜ ଘର ଏବଂ ପରିବାର ଛାଡି ଦେଇଥିଲେ। ସେ ଚଣ୍ଡିଗଡ ଛାଡି ହିମାଚଳ ପ୍ରଦେଶ ଚାଲି ଆସିଥିଲେ। ସେ ଘରୋଇ କ୍ରିକେଟ୍ ହିମାଚଳ ପ୍ରଦେଶ ତରଫରୁ ଖେଳିଛନ୍ତି।

ହରଲୀନ ୨୦୧୯ ଫେବୃଆରୀ ୨୨ରେ ଇଂଲଣ୍ଡ ବିପକ୍ଷରେ ଦିନିକିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ତାନିଆ ଭାଟିଆଙ୍କ ପରେ ଭାରତ ପକ୍ଷରୁ ଚଣ୍ଡିଗଡରୁ ଦ୍ଵିତୀୟ ମହିଳା କ୍ରିକେଟର। ହରଲୀନ ବହୁତ ଷ୍ଟାଇଲିସ। ସେ ନିଜର ଫିଟନେସ୍ ପ୍ରତି ବହୁତ ଧ୍ୟାନ ରଖିଥାନ୍ତି। ତାଙ୍କର ଓ୍ଵାର୍କଆଉଟର ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ସର୍ବଦା ଭାଇରାଲ୍ ହୋଇଥାଏ। ସୁନ୍ଦରତା ମାମଲାରେ ହରଲୀନ କୌଣସି ବଲିଉଡ ଅଭିନେତ୍ରୀଙ୍କଠୁ କମ ନୁହନ୍ତି।

 

Get real time updates directly on you device, subscribe now.