fbpx

(Video) ଶେଷରେ କ୍ୟାମେରା ସାମ୍ନାକୁ ଆସିଲେ ଟୁଙ୍ଗୁରୁ ଭୋଳ: କହିଲେ- ‘ମୁଁ ତାକୁ ସିନ୍ଦୁର ଦେଇନି କି ଶାରୀରିକ ସମ୍ପର୍କ ରଖିନି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୁଙ୍ଗୁର ଭୋଳ ଓ ତାଙ୍କ ବିବାହିତା ପ୍ରେମିକାଙ୍କ ପ୍ରେମ କାହାଣୀ ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ଖବର ପାଲଟିଛି । ସ୍ୱାମୀ ଓ ୨ ପିଲାଙ୍କୁ ଛାଡ଼ି ଅଟୋ ଡ୍ରାଇଭର ଟୁଙ୍ଗୁରୁଙ୍କୁ ବାହା ହେବା ପାଇଁ ଭରତପୁର ଥାନାରେ ଜିଦ୍ ଧରିଥିଲେ ଜଣେ ମହିଳା । ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ । ଏହାକୁ ନେଇ ୨ ଦିନ କାଳ ଥାନରେ ବସି ରହିଥିଲେ ମହିଳା ।

ଏହି ଘଟଣା ପରେ କ୍ୟାମେରା ସାମ୍ନାକୁ ଆସିଛନ୍ତି ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ । ତାଙ୍କ କହିବା ମୁତାବକ, ‘କରୋନା ସମୟରେ ଏମ୍ସ ମେଡିକାଲ ନେଇ ଯାଉଥିବା ବେଳେ ବର୍ଷା ନାମକ ଜଣେ ବିବାହିତା ମହିଳାଙ୍କ ସହ ମୋର ଦେଖା ହୋଇଥିଲା । ପରେ ମୋ ଫୋନ୍ ନମ୍ବର ନେଇ ମୋତେ ଅନେକଥର ଭଡ଼ାରେ ଯିବାକୁ ଡାକିଥିଲେ । ମୋବାଇଲରେ ସେଲଫି ନେଇ ମୋତେ ବ୍ଲାକମେଲ କରିବା ଆରମ୍ଭ କରିଥିଲେ ବର୍ଷା । ମୁଁ ବର୍ଷାଙ୍କ ମଥାରେ ସିନ୍ଦୁର ପିନ୍ଧାଇନି କି ତାଙ୍କ ସହ ମୋର କୌଣସି ଶାରୀରିକ ସମ୍ପର୍କ ନାହିଁ । ମୋତେ ଭଡ଼ା ବାବଦକୁ ୩୦୦ ଟଙ୍କା ଦେଲେ ମୁଁ ତାଙ୍କୁ ମାର୍କେଟ ବୁଲାଏ ।’

ସୂଚନା ମୁତାବକ, ଖଣ୍ଡଗିରିବାରୀ ଶରଧାପଲ୍ଲୀ ବସ୍ତିରେ ରହୁଥିବା ବର୍ଷା ଭରତପୁର ଥାନାରେ ପହଞ୍ଚିଥିଲେ । ତାଙ୍କୁ ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ବର୍ଷା ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍ କରି ହାତରେ ଶଙ୍ଖାସିନ୍ଦୁର ଓ ଫୁଲମାଳ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ ।

ଶେଷର ପୋଲିସ କିଛି ଉପାୟ ନ ପାଇ ଘଟଣାର ଛାନ୍ଭିନ୍ କରିଥିଲା । ପରେ ଜଣାପଡିଲା କି, ମହିଳାଙ୍କର ସ୍ୱାମୀ ଓ ୨ ପୁଅ ଅଛନ୍ତି । ସେ ଅଢ଼େଇ ବର୍ଷ ତଳେ ରୋଗରେ ପଡ଼ି ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ରହୁଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଙ୍କ ଅଟୋ ଭଡ଼ା କରି ଏମସ୍ ହସ୍ପିଟାଲ ଯାଇଥିଲେ । ସେତେବେଳେ ଟୁଙ୍ଗୁରୁଙ୍କ ଫୋନ୍ ନମ୍ବର ଆଣିଥିଲେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଟୁଙ୍ଗୁରୁ ମଧ୍ୟ ବର୍ଷାଙ୍କ ଘରକୁ ଯିବା ଆସିବା କରୁଥିଲେ । ପ୍ରେମ ସଂପର୍କ ଏତେ ନିବିଡ଼ ହୋଇ ଯାଇଥିଲା ଯେ ସ୍ୱାମୀ ପିଲାଙ୍କୁ ଛାଡି ଦେଇଥିଲେ ବର୍ଷା । କିନ୍ତୁ ବାହା ହେବାପାଇଁ ମନା କରିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ମହିଳା ।

Get real time updates directly on you device, subscribe now.