fbpx

୨୧ ପୂର୍ବରୁ ଝିଅଙ୍କ ବିବାହ ମନା, କେନ୍ଦ୍ର କ୍ୟାବିନେଟରୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଏଣିକି ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ବୟସରେ ବିବାହ କରିବେ ଝିଅ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି । ଉଭୟ ପୁଅ ଓ ଝିଅଙ୍କ ପାଇଁ ବିବାହ ବୟସ ୨୧ ବର୍ଷ ହୋଇଯାଇଛି । ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ରୁ ମଞ୍ଜୁରି ପ୍ରଦାନ କରାଯାଇଛି । ତେବେ ସବୁ ଧର୍ମ ଓ ବର୍ଗ ଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଏହା ପୂର୍ବରୁ ୧୯୭୮ ମସିହାରେ ବିବାହ ଆଇନରେ ସଂଶୋଧନ ଅଣାଯାଇଥିଲା । ସେ ସମୟରେ ଝିଅଙ୍କ ବିବାହ ବୟସ ୧୫ ବର୍ଷରୁ ୧୮ ବର୍ଷ ହୋଇଥିଲା ।

Get real time updates directly on you device, subscribe now.