fbpx

ଆଜିଠୁ ଭିତରକନିକାରେ ଡଲଫିନ୍‌ ଗଣନା, ୯ଟି ଟିମ୍‌ ୩ ଦିନରେ ଶେଷ କରିବେ ଡଲଫିନ୍‌ ଗଣନା

ରାଜନଗର (ଭାସ୍କର ନ୍ୟୁଜ୍‌): ଆଜିଠୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଅଞ୍ଚଳର ଡଲଫିନ ଗଣନା ଆରମ୍ଭ ହେବ। ଡଲଫିନ ଗଣନା ତିନିଦିନରେ ଶେଷ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଢାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ଭିତରେ ୧୬ ତାରିଖ ଠାରୁ ୧୮ତାରିଖ ଯାଏଁ ଚାଲିବ ବୋଲି ଡିଏଫଓଙ୍କ ସୂଚନା ଦେଇଛନ୍ତି।  ଭିତରକନିକା ଅଂଚଳରେ ଡଲ୍‌ଫିନ୍‌ ଗଣନା ପାଇଁ ୯ଟି ଟିମ୍‌ ଗଠନ କରାଯାଇଛି । ଆଉଟର ହୁଇଲର୍‌ରୁ ଚିଞ୍ଚିରି ମାଉଥ୍‌, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍‌ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସୀରୁ ହୁକିଟୋଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପ୍‌ରେ ବିଭକ୍ତ ହୋଇ ଡଲ୍‌ଫିନ୍‌ ଗଣନା କରାଯିବ । ପ୍ରତି ଗ୍ରୁପ୍‌ରେ ୩ରୁ ୫ ଜଣ ଲେଖାଏଁ ଗଣନାକାରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍‌ ଏବଂ ନଦୀ, କ୍ରିକ୍‌ରେ ୪ଟି ଟିମ୍‌ ଡଲ୍‌ଫିନ୍‌ମାନଙ୍କର ଗଣନା କରିବେ । ଭିତରକନିକା ସଂଲଗ୍ନ ନଦୀ, କ୍ରିକ୍‌ ଓ ସମୁଦ୍ରରେ ଇରାୱାର୍ଡ, ବଟଲ୍‌ନୋଜ୍‌, ୨ ପ୍ରଜାତିର ହମ୍ପବ୍ୟାକ୍‌, ଫିନ୍‌ଲେସ୍‌ ପରିପଏସ୍‌ ଓ ପାଣ୍ଟ୍ରୋପିକାଲ ସ୍ପଟେଡ୍‌ ଡଲଫିନ୍‌ ପ୍ରଭୃତି ୭ ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାଆନ୍ତି । ଏମାନଙ୍କ ଗଣନା କରାଯିବା ସହିତ ଇଣ୍ଡିଆ ଉପକୂଳରେ ଦେଖାଯାଉଥିବା ରିସୋସ୍‌ ଓ ସ୍ପିନ୍‌ର ଜାତୀୟ ଡଲ୍‌ଫିନ୍‌ ଅଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ ବୋଲି ଜଣାପଡିଛି।

Get real time updates directly on you device, subscribe now.