fbpx
BJD SKY
BJD SKY

କାହିଁକି ବଙ୍କା ବକ୍ରମନ୍ଦିର ,ଜାଣନ୍ତୁ ଏହାର ରହସ୍ୟକଥା

BJD

ଭୁବନେଶ୍ୱର: ଆମ ରାଜ୍ୟ ପୁରୁଣା ଐତିହ ଏବଂ ପରମ୍ପରାରେ ପରିପୂର୍ଣ୍ଣ । ଏହି ରାଜ୍ୟ ଯେତେ ପ୍ରାଚୀନ ଏହାର ଇତିହାସ ଏବଂ କିମ୍ବଦନ୍ତୀ ମଧ୍ୟ ସେତିକି ଗଭୀର ଆଉ ଆଶ୍ଚର୍ଯ୍ୟଜନକ । ଆପଣ ଅନେକ ମନ୍ଦରର ରହସ୍ୟମୟ କଥା ଗାଥା ଶୁଣିଥିବେ ହେଲେ ଏହା ପଛରେ ଲୁଚି ରହିଥିବା କିମ୍ବଦନ୍ତୀ ଦ୍ୱାରା ହୁଏତ ଆପଣ ଏତେ ଅବଗତ ନଥିବେ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଏକ ମନ୍ଦିର ଆଉ ତାର କିମ୍ବଦନ୍ତୀ ବିଷୟରେ କହିବାକୁ ଯାଉଛୁ ଯାହାବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଜାଣିବା ସମ୍ବଲପୁରର ପାତାଲପୁଟ ବାବା ବିମଳେଶ୍ୱର ମନ୍ଦିର ତଥା ବକ୍ରମନ୍ଦିର ବିଷୟରେ ।

ମନ୍ଦିରର ଗଠନ,ଆଉ ଇତିହାସ:ଆପଣ ଅନେକ ମନ୍ଦିର ଦେଖିଥିବେ । ଏହାର ନିର୍ମାଣଶୈଳୀ, କାରୁକାର୍ଯ୍ୟ ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବା ହେଲେ ଆପଣ କୌଣସି ମନ୍ଦିରକୁ ବଙ୍କା ଭାବରେ ଗଢ଼ାଯାଇଥିବା କଥା ଆଗରୁ ଶୁଣିଛନ୍ତି କି? ଆମ ରାଜ୍ୟରେ ଏଭଳି ଏକ ମନ୍ଦିର ରହିଛି ଯାହା ଅଧା ବଙ୍କା । ଏହା ଆମ ରାଜ୍ୟର ସମ୍ବଲପୁର ଠାରେ ଅବସ୍ଥିତ । ମନ୍ଦିରର ଦ୍ୱାର ଠାରୁ ଆରମ୍ଭ କରି ଏହା ସମ୍ପୂର୍ଣ୍ଣ ଗଠନଶୈଳୀ ଦେଖିଲେ ଆପଣ ସ୍ତବ୍ଧ ହୋଇଯିବେ । ଆପଣ ଭାବିବେ ଏହା ନିର୍ମାଣ ବେଳୁ ବଙ୍କା ନା ସମୟକ୍ରମେ କୌଣସି ବଳ ଦ୍ୱାରା ଏହା ବଙ୍କି ଯାଇଛି । ମୁଖ୍ୟତଃ ଭୂମିରୁ ଏହା ୪୬ ଡିଗ୍ରୀ ଉତ୍ତରପୂର୍ବ ଦିଗକୁ ଢ଼ଳି ରହିଛି । ତେବେ ଏହାପଛରେ କଣ ରହସ୍ୟ ରହିଛି ତାହା କାହାରିକୁ ଜଣା ନାହିଁ । କିନ୍ତୁ ଶୁଣିବାକୁ ମିଳେ ଏଠାରେ ମହାଦେବଙ୍କର ଲିଙ୍ଗ ବଙ୍କା ଭାବରେ ଉଭା ହୋଇଥିବାରୁ ଏହି ମନ୍ଦିର ମଧ୍ୟ ବଙ୍କା ଭାବରେ ଗଢ଼ା । ତେବେ ଏହି ମନ୍ଦିରକୁ ଆପଣ ଯେଉଁ ଦିଗରୁ ଦେଖିବେ ଏହା ଆପଣଙ୍କୁ ବଙ୍କା ପରି ହିଁ ଦେଖାଯିବ । ଆଉ ଆପଣଙ୍କୁ ଲାଗିବ ଯେମିତି ଏହି ମନ୍ଦିର ଗଳିପଡିବ ।

ମନ୍ଦିର ପଛର କିମ୍ବଦନ୍ତୀ: ଲୋକକଥା ଅନୁସାରେ ଏହି ମନ୍ଦିରକୁ ସମ୍ବଲପୁର ରାଜା ବଳରାମ ଦେବ ଆଜକୁ ପ୍ରାୟ ୫ଶହ ବର୍ଷ ପୂର୍ବରେ ପ୍ରତିଷ୍ଠା କରିଥିଲେ । କେବଳ ଏତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳେ ମାତ୍ର ଗୋଟିଏ ଦିନରେ ଏହି ମନ୍ଦିର ଗଢ଼ା ଯାଇଥିଲା । କିନ୍ତୁ ସବୁ ଠାରୁ ବଡ ଆଶ୍ଚର୍ଯ୍ୟ କଥା ହେଲା ଏହି ମନ୍ଦିର ନିର୍ମାଣ ହେବା ପୂର୍ବରୁ ଏଠାରେ ଗୋଟିଏ ଗାଇ ପ୍ରତିଦିନ ଆସି ନିଜ କ୍ଷୀର ଢ଼ାଲୁଥିଲା । ଏହାପରେ ରାଜାଙ୍କୁ ଭଗବାନ ସ୍ୱପ୍ନାଇ ଥିଲେ । ଏବଂ ଏହାପରେ ରାଜା ସେଠାରେ ମନ୍ଦିର ଗଢ଼ିବାକୁ ନିର୍ଦ୍ଦେଶ ଦେଲେ । ରାଜାଙ୍କର ନିର୍ଦ୍ଦେଶ ପରେ ଜଣେ ଜୈନିକ ବ୍ୟକ୍ତି ମନ୍ଦିର ଗଢ଼ିବାକୁ ରାଜାଙ୍କୁ ନିବେଦନ କରିଲା । ଏବଂ ଗୋଟିଏ ଦିନରେ ମନ୍ଦିର ଗଢ଼ା ହୋଇଗଲା । ତେଣୁ ଏହାକୁ ବିଶ୍ୱକର୍ମା ନିର୍ମାଣ କରିଥିଲେ ବୋଲି ପୌରାଣିକ ତଥ୍ୟ ରହିଛି ।
ମନ୍ଦିରର ନାମ ହୁମା କାହିଁ ରହିଲା:ମନ୍ଦିର ନିର୍ମାଣ ହେବାକ ପରେ ଏଠାରେ ପ୍ରତିଦିନ ଯେଉଁ ଗାଇ ଆସି ଛିଡା ହେଉଥିଲା ସେ ଆଉ ଭଗବାନଙ୍କୁ ସେଠାରେ ନ ପାଇଁ ହୁମା ହୁମା ବୋଲି ଡାକ ପକାଇଥିଲା । ତେଣୁ ଏହି ମନ୍ଦିର ସେବେ ଠାରୁ ହୁମା ଭାବରେ ମଧ୍ୟ ବେଶ ପରିଚିତ ।

Get real time updates directly on you device, subscribe now.