fbpx

(Video) ସମସ୍ତ ସୀମା ଲଙ୍ଘିଲେ ଟ୍ୟୁସନ୍ ମାଷ୍ଟର! କୋଚିଂ ଫିସ୍ ନଦେବାରୁ ଛାତ୍ରୀଙ୍କୁ କଲେ ବିବାହ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ ଅଲଗା ଅଲଗା ପ୍ଲାଟଫର୍ମରେ ଅନେକ ଭିଡିଓ ଭାଇରାଲ ହେଉଛି । ପ୍ରତିଦିନ ଅନେକ ଭିଡିଓ ପୋଷ୍ଟ ହେଉଛି, ସେଥିରୁ କିଛି ମଜାଦାର ହୋଇଥିବା ବେଳେ ଆଉ କିଛି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଶିକ୍ଷକ କୋଚିଂ ଫିସ୍ ନଦେବାରୁ ଛାତ୍ରୀଙ୍କୁ ହିଁ ବାହା ହୋଇଛନ୍ତି । ଭିଡିଓଟି କେଉଁଠିକାର ଓ କେବେର ବୋଲି ଜଣାପଡିନାହିଁ । ଏହା ସହ ଘଟଣାର ସତ୍ୟତା ବିଷୟରେ ମଧ୍ୟ ଜଣାପଡିନାହିଁ ।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମଧ୍ୟବୟସ୍କ ଲୋକ ସହ ଝିଅ ଠିଆ ହୋଇଛନ୍ତି । ଝିଅର ମଥାରେ ସିନ୍ଦୁର ଲଗାଯାଇଛି । କିଛି ସେକେଣ୍ଡର ଭିଡିଓରେ ବ୍ୟକ୍ତି ଜଣକ ନିଜକୁ ଟ୍ୟୁସନ୍ ଶିକ୍ଷକ ବୋଲି କହିଛନ୍ତି । ସେ କହିଛନ୍ତି କି, ସେ ଏକ କୋଚିଂ ସେଣ୍ଟର ଚଳାନ୍ତି ଓ ପାଖରେ ଠିଆ ହୋଇଥିବା ଝିଅ ସେଥିରେ ପାଠ ପଢ଼ୁଥିଲେ । କିନ୍ତୁ ଝିଅ ଜଣକ କୋଚିଂ ଫିସ୍ ଦେଇପାରିନଥିଲେ, ଯେଉଁକାରଣରୁ ଶିକ୍ଷକ ତାଙ୍କୁ ବିବାହ କରିଛନ୍ତି । ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଟ୍ୟୁସନ ଶିକ୍ଷକଙ୍କ ଏହି ଭିଡିଓ ଇନଷ୍ଟାଗ୍ରାମରେ ନାମକ ଏକ ପେଜରେ ଅପଲୋଡ୍ ହୋଇଛି । ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧.୫ ଲକ୍ଷ ଲୋକ ଦେଖିସାରିଥିବା ବେଳେ ପ୍ରବଳ ଲାଇକ୍ ମଧ୍ୟ ମିଳିଛି । ନେଟେନିଜେନ୍ସ ମଧ୍ୟ ଏହା ଉପରେ କଡ଼ା ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Bhutni_ke (@bhutni_ke_memes)

Get real time updates directly on you device, subscribe now.