fbpx

୫ ବର୍ଷୀୟ ଶିଶୁକୁ ଆକ୍ରମଣ କଲା ଚିତାବାଘ, ପାଟି କରିବାରୁ ଛାଡି ପଳାଇଲା, ପରେ..

Advertisement

ନୂଆଦିଲ୍ଲୀ: ଗୁଜୁରାଟର ଆମ୍ରେଲି ଜିଲ୍ଲାର ଏକ ଚିତାବାଘ ଜଣେ ପାଞ୍ଚ ବର୍ଷର ଝିଅ ଉପରେ ଆକ୍ରମଣ କରିଛି। ଏଥିରେ ଶିଶୁଟି ମୃତ୍ୟୁ ବରଣ କରିଛି । ଅକ୍ଟୋବର୨୮ରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଅଧିକାରୀ ରବିବାର କହିଛନ୍ତି। ମୃତକ ଜଣକ ଉକ୍ତ ଅଞ୍ଚଳରେ ରହୁଥିବା କୃଷି ଶ୍ରମିକଙ୍କ ଝିଅ ବୋଲି ଜଣାପଡିଛି।

ବନ ଅଧିକାରୀ ଜ୍ୟୋତି ଭାଜାଙ୍କ ଅନୁଯାୟୀ, ଝିଅଟି ଖେଳୁଥିବା ବେଳେ ହଠାତ୍ ଚିତାବାଘ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ପିତାମାତା ଏବଂ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ପାଟି କରି ଘଉଡ଼ାଇ ଥିଲେ, ଯେଉଁଥିପାଇଁ ଚିତାବାଘ ତାଙ୍କୁ ଛାଡି ପଳାଇ ଯାଇଥିଲା। ସ୍ଥାନୀୟ ଅଧିକାରୀ ଆହୁରି କହିଛନ୍ତି ଯେ, ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ଉଦ୍ୟମ ସତ୍ତ୍ୱେ ଆକ୍ରମଣ ସମୟରେ ବେକରେ ଗଭୀର ଆଘାତ ଲାଗି ଝିଅଟିର ମୃତ୍ୟୁ ଘଟିଛି। ଆମ୍ରେଲି ଜିଲ୍ଲାରେ ଚିତାବାଘ ଆକ୍ରମଣ ଯୋଗୁଁ ଅନେକ ମୃତ୍ୟୁ ଘଟିଛି। ଅକ୍ଟୋବର ୧୪ ରେ ଜିଲ୍ଲାର ତାଲାଲା ତାଲୁକା ଅନ୍ତର୍ଗତ ୱାଡାଲା ଗ୍ରାମରେ ଜଣେ ମହିଳା ପ୍ରାଣ ହରାଇଥିଲେ।

ଏଥି ସହିତ ଗୁଜୁରାଟର ନାଭସାରି ଜିଲ୍ଲାରେ ଅକ୍ଟୋବର ୧୪ ରେ ଚିତାବାଘ ଆକ୍ରମଣରେ ୨୪ ବର୍ଷର ବାଳିକାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଚିଖାଲି ତାଲୁକର ସାଦାକପୁର ଗ୍ରାମରେ ଘଟିଛି।ପୀଡିତାଙ୍କ ବେକରେ ଏବଂ ଶରୀରର ଅନ୍ୟ ଅଂଶରେ କ୍ଷତ ଚିହ୍ନ ରହିଥିଲା ​​ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଯେତେବେଳେ ଝିଅଟି ଘରକୁ ଫେରି ନଥିଲା, ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଗ୍ରାମବାସୀ ତାଙ୍କୁ ଖୋଜିବାକୁ ଯାଇ ତାଙ୍କ ମୃତଦେହ ପାଇଥିଲେ।

Get real time updates directly on you device, subscribe now.