fbpx

‘ଯୋଗୀଙ୍କୁ କିଛି ଦିନ ପାଇଁ ଦେଶକୁ ଅଣାଯାଉ’- କରୋନା ନିୟନ୍ତ୍ରଣ କରିବା ପାଇଁ ଅଷ୍ଟ୍ରେଲିଆ ସାଂସଦ ଦେଲେ ଏପରି ବୟାନ

ଲକ୍ଷ୍ନୌ: କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ଉତ୍ତରପ୍ରଦେଶ ସରକାର ସଫଳ ହୋଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏବେ ଦେଶ ବିଦେଶରୁ ଅନେକ ଲୋକ ପ୍ରଶଂସା କରୁଛନ୍ତି । ଇତି ମଧ୍ୟରେ ଅଷ୍ଟ୍ରେଲିଆ ସାଂସଦ କ୍ରେଗ୍ କେଲୀ ନିଜ ଟୁଇଟର ପେଜରେ ଯୋଗୀଙ୍କ ଉଦାହରଣ ଦେବାସହ ୟୁପି ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପର ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ କରୋନା ବିରୋଧରେ ଅଷ୍ଟ୍ରେଲିଆକୁ ଯୋଗୀ କିଛି ସାହାଯ୍ୟ କରନ୍ତୁ ବୋଲି ସେ କହିଛନ୍ତି ।

ସୂଚନାନୁସାରେ, କେଲି ଗତ ୧୦ ତାରିଖରେ ଏକ ଟ୍ୱିଟ୍ କରିଥିଲେ । ଯାହା ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ସେ ସୋସିଆଲ ମିଡିଆରେ ଯୋଗୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ସେ ଟୁଇଟରରେ ଲେଖିଥିଲେ ଯେ, କିଛି ଏପରି ରାସ୍ତା ଅଛି କି ଯେପରି କରୋନାକୁ ନିୟନ୍ତ୍ରଣ କରାଯିବ । ନଚେତ ଯୋଗୀଙ୍କୁ କିଛି ଦିନ ପାଇଁ ଅଷ୍ଟ୍ରେଲିଆକୁ ଅଣାଯାଉ । ଫଳରେ ଅଷ୍ଟ୍ରେଲିଆରେ କରୋନା ନିୟନ୍ତ୍ରଣକୁ ଆସିବ ।

ତେବେ ଗତ ୩୦ ଦିନରେ ଭାରତର ୧୭ ପ୍ରତିଶତ ଜନସଂଖ୍ୟା ଥିବା ୨.୫ ପ୍ରତିଶତ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କରୋନା ମାମଲା ୧ ପ୍ରତିଶତରୁ କମ୍ ରହିଛି । କିନ୍ତୁ ୯ ପ୍ରତିଶତ ଜନସଂଖ୍ୟା ଥିବା ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟାର ୫୦ ପ୍ରତିଶତ ଏହି ରାଜ୍ୟରୁ ଅଟନ୍ତି ।

Get real time updates directly on you device, subscribe now.